ରାଜଚାଉଁରିଆ ଭଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଜିତିଲା, କୋଟପାଡ଼

0
501

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଠାରେ ରାଜଚାଉଁରିଆ ଅନ୍ତଃଜିଲ୍ଳା ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ୧୬ଟି ଦଳ ଭାଗ ନେଇଥିଲେ ।ଏହି ପ୍ରତିଯୋଗୀତା ଟି ଗତ ୨୨ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଫାଇନାଲକୁ କୋରାପୁଟ ଜିଲ୍ଲାର କୋଟପାଡ଼ ଏବଂ ନବରଙ୍ଗପୁର ଜିଲ୍ଲାର କୋଣ୍ଡାପୁରି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ସେମି ଫାଇନାଲରେ କୋଣ୍ଡାପୁରି ଦଳ ବିକ୍ରମପୁର କୁ ଏବଂ କୋଟପାଡ଼ ଦଳ ଡାବୁଗାଁ ଦଳ କୁ ପରାସ୍ତ କରି ପହଞ୍ଚିଥିଲେ ।ଫାଇନାଲ ଖେଳଟି ସଂଘର୍ଷ ପୁର୍ଣ ଏବଂ ରୋମାଞ୍ଚକର ହୋଇଥିଲା । କଡା ପ୍ରତିଯୋଗିତା ଭିତରେ କୋଟପାଡ଼ ଦଳ କୋଣ୍ଡାପୁରି ଦଳ କୁ ପରାସ୍ତ କରି ଚଳିତ ବର୍ଷ ଚମ୍ପିୟାନ ହୋଇଥିଲା । ଫାଇନାଲ ଖେଳଟି ୪୦-୪୦ , ୮୦ ମିନିଟର ହୋଇଥିଲା । ଫାଇନାଲଖେଳରେ ଅତିଥିଭାବେ ବରିଷ୍ଠ ଖେଳାଳି ଯୁଗଳ କିଶୋର ପଟ୍ଟନାୟକ ,ଶିକ୍ଷାବିତ ଓ ସମାଜସେବୀ ରମେଶ ପଟ୍ଟନାୟକ ଓ ଯୁବ ନେତା ବୁଦୁରାମ ଭତରା ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ବିଜେତା ଦଳକୁ ୧୫ ହଜାର ୫୫୫ ଟଙ୍କା ଓ ଟ୍ରଫି ,ଉପବିଜେତା ଦଳ କୁ ୧୧ହଜାର ୧୧୧ ଟଙ୍କା ଓ ଟ୍ରଫି ଦିଆଯାଇଥିଲା । ପ୍ରତିଯୋଗିତାର ବେଷ୍ଟ ପ୍ଲେୟାର କୋଟପାଡ଼ ଦଳର ରାଜେଶ ଙ୍କୁ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା । ଏହି ଟୁର୍ଣ୍ଣାମେଂଟ କୁ କୋଡ଼ିଙ୍ଗା ରାଜଚାଉଁରିଆ ଯୁବଗୋଷ୍ଠି ଆୟୋଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here