ମଥୁରା ଗ୍ରାମ ନିକଟରେ କାର ଓ ବାଇକ ଦୁର୍ଘଟଣା : ବାଇକ ଚାଳକ ଗୁରୁତର

0
337

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗ୍ରାମ ନିକଟରେ ଆଜି ଏକ ବାଇକ କୁ ଏକ କାର ଶକ୍ତ ଧକା ଦେବା ଫଳରେ ବାଇକଟି ସଂପୁଣ୍ଣ ଭାଙ୍ଗି ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଇକ ଚାଳକ କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି । ସୂଚନା ଅନୁଯାୟୀ କୋଦଳା ଥାନା ଅନ୍ତର୍ଗତ ନାଇକାଣିପଲ୍ଲୀ ଗ୍ରାମର ରାଜନ ଖୁଣ୍ଟିଆ ବୟସ ୬୨ବର୍ଷ । ରାଜନ ଖଲ୍ଲିକୋଟରୁ ନିଜ ବାଇକ ନମ୍ବର ( ଓଡି ୦୭ ଏମ୍ ୭୯୧୦)ରେ ନାଇକାଣିପଲ୍ଲୀ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ଆସିକାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଏକ ମାରୁତି ଅଲଟୋ ୮୦୦ କାର ନମ୍ବର (ଜିଜେ ୦୬ ଏଚଡି ୨୪୭୬) ଟିର ଆଗ ଚକ ଫାଟି ଯିବାରୁ ମଥୁରା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାଜନଙ୍କ ବାଇକ ସହ ଧକା ହୋଇଥିଲା । ଯାହା ଫଳରେ ଗୁରୁତର ଅବସ୍ଥାରେ ରାଜନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଅଟୋ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ରାଜନଙ୍କୁ ବ୍ରହ୍ମପୁର ପଠାଇଥିବା ସୂଚନା ମିଳିଛି । ସେପଟେ କାର ଚାଳକଙ୍କ ଘର ପିତଳ ରାମଚନ୍ଦ୍ରପୁର ଗ୍ରାମର ଭଗବାନ ସ୍ବାଇଁ ବୋଲି ଜଣାପଡ଼ିଛି । 

LEAVE A REPLY

Please enter your comment!
Please enter your name here