ମା ଭଣ୍ଡାରଘରଣୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
423

କୋଷାଗୁମୁଡ଼ା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ବିଞ୍ଜିଲି ପଞ୍ଚାୟତ ର ଚୁରଗାଁ ରେ ମା ଭଣ୍ଡାରଘରଣୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଏହି ପ୍ରତିଯୋଗୀତା ୧ ନଭେମ୍ବର ରେ ଆରମ୍ଭ ହୋଇଥିଲା ସମୁଦାୟ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ, ଫାଇନାଲ ମ୍ୟାଚରେ କୋରାପୁଟ ଜିଲ୍ଲାର ଷୋଡ଼ରେଙ୍ଗା ଓ କୋରାପୁଟ ଜିଲ୍ଲା ଘୋଟରଲା ମଧ୍ୟରେ ଖେଳ ହୋଇଥିଲା ନିର୍ଦ୍ଧାରିତ ସମୟ ରେ କୌଣସି ଦଳ ଗୋଲ କରିବାରେ ସଫଳ ହୋଇନଥିଲେ I ପେନାଲଟିକ ଜରିଆରେ ଘୋଟରଲା ୧-୦ ଗୋଲ୍ ରେ ବିଜୟୀ ହୋଇଥିଲା ବିଜେତା ଦଳକୁ ଟ୍ରଫି ଓ ନଗଦ ୧୨ ହାଜର ପ୍ରଦାନ କରାଯାଇଥିଲା, ପରାଜେୟ ଦଳ କୁ ୧୦ ହଜାର ପ୍ରଦାନ କରାଯାଇଥିଲା, ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜୟପୁର ବିଧାୟକ ତାରାପ୍ରସାଦ ବହାନୀପତି ,ବ୍ଲକ ଅଧ୍ୟକ୍ଷା ଗୀତମଣି ସମରଥ ,ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ , ପଦ୍ମସାଇ ମାଳି, କେ.ଏ ନ ରାଜୁ,ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାବୁଲି ବାଘ, ଟୁକୁନା ରାଉତ , ସଂଜୀବ ବିଶୋଇ,ଧନୁରଜୟ ବିଶୋଇ ଉପସ୍ଥିତ ଥିଲେ ଓ ଫାଇନାଲ ମ୍ୟାଚରେ ଦେଖିବାକୁ ଆଖପାଖ ଅଞ୍ଚଳରୁ ବୋହୁ ଖେଳ ପ୍ରେମୀ ଙ୍କ ସମାଗମ ହୋଇଥିଲା।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here