ବନ୍ଧୁକ ମୁନରେ ମିଠା ବ୍ୟବସାୟୀଙ୍କ ଠାରୁ ଲୁଟ।

0
746

ଆସିକା,୧୦/୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଡି ପଲ ସ୍କୁଲ ନିକଟରେ ଜଣେ ମିଠା ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ଦୁର୍ବୁତ୍ତମାନେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ନିମିନା ଗାଁର ମିଠା ବ୍ୟବସାୟୀ ତିତିଲି ପାତ୍ର ମିଠା ଧରି କବିସୂର୍ଯ୍ୟନଗର ଯାଉଥିବା ବେଳେ ଏହି ଘଟଣା ଘଟିଛି।

୩ଜଣ ଦୁର୍ବୁତ୍ତ ଗୋଟିଏ ମୋଟର ସାଇକେଲରେ ଆସି ମାଉଜର ଦେଖାଇ ତିତିଲିଙ୍କ ଠାରୁ ୮ହଜାର ଟଙ୍କା ଲୁଟି ନେଇଥିଲେ। ଆସିକା ଥାନାରେ ଏନେଇ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here