ପୋଡ଼ିଙ୍ଗିରେ ପଲ୍ଲୀ ବିକାଶ ପକ୍ଷରୁ ବୃକ୍ଷ ରୋପଣ

0
383

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ସ୍ଥାନୀୟ ପୋଡିଙ୍ଗି ଗ୍ରାମରେ ପଲ୍ଲୀ ବିକାଶ ପରିଷଦ ତରଫରୁ ଗତ ସପ୍ତାହ ବ୍ୟାପୀ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ସମାପନ ହୋଇଛି। ଉଦଯାପନ ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ଏହି ଅବସରରେ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ବେଲ, ଅଁଳା, ଜାମୁକୋଳି, ନିମ ପରି ଔଷଧୀୟ ବୃକ୍ଷ ସହିତ ଅର୍ଜୁନ ଓ ଅନ୍ୟାନ୍ୟ ବିଭିନ୍ନ କିସମର ଛାୟା ପ୍ରଦାନକାରୀ ବୃକ୍ଷରୋପଣ କରାଯିବା ସହ ଅନେକ ଲୋକଙ୍କ ବୃକ୍ଷ ବଣ୍ଟନ କରାଯାଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୋଡଙ୍ଗି ବିକାଶ ମଂଚର କାର୍ଯ୍ୟକର୍ତା ଅରୁଣ କୁମାର ପାଠୀ, ପଲ୍ଲୀବିକାଶ ର ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ସଂପାଦକ ସଞ୍ଜୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଚିନ୍ତାମଣି ବେହେରା, ଯୁଗ୍ମ ସମ୍ପାଦକ ଆଲୋକ କୁମାର ନାୟକ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଯୋଗୁଁ ପୋଡଙ୍ଗି ବିକାଶ ମଂଚର ସଂଯୋଜକ ଅରୁଣ କୁମାର ପାଢୀ, ସଭାପତି କାହ୍ନୁଚରଣ ଚରଣ ସାହୁ, ସମ୍ପାଦକ ଅଶ୍ଵିନୀ କୁମାର ସାହୁ, କୋଷାଧ୍ୟକ୍ଷ ରଞ୍ଜୀବ ପାଣିଗ୍ରାହୀଙ୍କୁ ପଲ୍ଲୀବିକାଶ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସ୍ଵେଚ୍ଛାସେବୀ ମହାଦେବ ସାହୁ, ବିଚିତ୍ର ବେହେରା, ଆକାଶ କୁମାର ବେହେରା, ଜଗନ୍ନାଥ ଗୌଡ, ସିପୁନ ସାହୁ, ଅମିତ ବେହେରା, ପ୍ରକାଶ ବେହେରା, ସଂଜୟ ନାୟକ, ଚିନ୍ମୟ ସାହୁ, ନିରଂଜନ ଗୌଡ,ବିମଳ ବେହେରା, ଦୀପକ ଗୌଡ,ବିମଳ ସାହୁ, ବିକାଶ ଗୌଡ, ନିଳାଚଳ ବେହେରା,ରବିନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here