ରାଜ୍ୟ ସାମ୍ବାଦିକ ସଙ୍ଘର ବୈଠକ

0
314

ଡାବୁଗାଁ (ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲ୍ଲା ପାପଡ଼ାହଣ୍ଡି ଵ୍ଲକ୍ ର ଡାକ ବଙ୍ଗଳା ଠାରେ ରାଜ୍ୟ ସାମ୍ବାଦିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ଅଜୟ କୁମାର ସାହୁ ଯୋଗ ଦେଇ ରାଜ୍ୟରେ ରାଜ୍ୟ ସାମ୍ବାଦିକ ସଂଘ କିପରି ସର୍ବଦା ସାମ୍ବାଦିକଙ୍କ ମୌଳିକ ଅଧିକାର ରକ୍ଷା ଦିଗରେ କାର୍ଯ୍ୟ କରି ମାଇଲ ଖୁଣ୍ଟ ସୃଷ୍ଟି କରିପାରିଛି ଏବଂ ଆଗାମୀ ଦିନରେ ମଧ୍ୟ ସାମ୍ବାଦିକ ବନ୍ଧୁଙ୍କ ସମସ୍ତ ପ୍ରକାର ସୁବିଧା , ସୁରକ୍ଷା ଯୋଗାଇଦେବା ପାଇଁ କାର୍ଯ୍ୟ ଜାରି ରହିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସାମ୍ବାଦିକ ସଙ୍ଘ ର ଉପ ସଭାପତି କୀର୍ତ୍ତି ସାହୁ, ସାଧାରଣ ସମ୍ପାଦକ କୈଳାସ ନାୟକ ଓ ରାଜ୍ୟ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ ସମେତ ନବରଙ୍ଗପୁର ଜିଲ୍ଲା ସଭାପତି ଶ୍ରୀ ବିଭୂତି ଭୂଷଣ ପଣ୍ଡା, ସଦାଶିବ ପ୍ରହରାଜ, ନିକୁଞ୍ଜ ବିହାରୀ ପଟ୍ଟନାୟକ, ଧୀରେନ ପଣ୍ଡା ଯୋଗ ଦେଇଥିଲେ । ଏହି ବୈଠକ ଜିଲ୍ଲାର ବହୁ ସାମ୍ବାଦିକ ଯୋଗ ଦେଇଥିବା ବେଳେ ଆଜି ସଂଘ ରେ ବହୁ ଜିଲ୍ଲା ସ୍ତରୀୟ ସାମ୍ବାଦିକ ରାଜ୍ୟ ସାମ୍ବାଦିକ ସଙ୍ଘ ରେ ଯୋଗ ଦେଇ ରାଜ୍ୟ ସାମ୍ବାଦିକ ସଙ୍ଘର ସଦସ୍ୟତା ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here