ମାଣିତରା ହାଇ ସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ

0
310

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ରେଜିଓନାଲ ହାଇ ସ୍କୁଲର ନୂତନ ପ୍ରଧାନ ଶିକ୍ଷକ ଭାବେ କୈଳାଶ ଚନ୍ଦ୍ର ମହାରଣା ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମହାରଣା ଏଥି ପୂର୍ବରୁ ଗୋଲିଆ ହାଇ ସ୍କୁଲର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ପଦୋନ୍ନତି ପରେ ଶ୍ରୀ ମହାରଣା ମାଣିତରା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା ବେଳେ ସ୍କୁଲର ସିବିଜେଡ ବିଜ୍ଞାନ ଶିକ୍ଷକ ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲି ରହିଥିବା ପ୍ରକାଶ କରିଥିଲେ। ବିଦ୍ୟାଳୟର ତିନି ଜଣ ପିଅନ ଓ ଜଣେ ନାଇଟ ୱାଚର ପଦବୀରୁ କେବଳ ଜଣେ ପିଅନ ଥିବାବେଳେ ସେ ମାର୍ଚ୍ଚ ମାସରେ ଅବସର ଗ୍ରହଣ କରିବେ। ଚଳିତ ବର୍ଷ ନବମ ଶ୍ରେଣୀରେ ୧୦୭ ଜଣ ଓ ଦଶମ ଶ୍ରେଣୀରେ ୯୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ପ୍ରାଥମିକ ବିଭାଗରେ ୩୧୩ ଜଣ ଛାତ୍ରଛାତ୍ରୀ ଥିବାବେଳେ ବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୫୧୫ ଅଟେ। ନବମ ଓ ଦଶମ ଶ୍ରେଣୀର ଶିକ୍ଷାର୍ଥୀଙ୍କ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଥିବା ବେଳେ ତୁରନ୍ତ ସିବିଜେଡ ବିଜ୍ଞାନ ଶିକ୍ଷକ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ମହଲରେ ଦାବି ହେଉଛି। ସେହିପରି ସ୍କୁଲର ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାବୁ ମଧ୍ୟ ଜନସାଧାରଣ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here