ବାବନପୁର ଗ୍ରାମ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ

0
261

ବ୍ରହ୍ମପୁର(ଜଗନ୍ନାଥ ସାହୁ):ଆସ୍କା ବ୍ଲକ ଅନ୍ତର୍ଗତ ବାବନପୁର ଗ୍ରାମ ପଞ୍ଚାୟତ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଆସ୍କା ବି ଡ଼ି ଓ ରୋଶନ ଶତପଥି ଙ୍କ ତତ୍ୱାବଧାନ ରେ କନିଷ୍ଠ ଯନ୍ତ୍ରୀ ଶ୍ରୀନିବାସ ରାଓ, ନିଗମାନନ୍ଦ ନାୟକ, ପଂଚାୟତ ର ସରପଞ୍ଚ, ଆସ୍କା ଯୁବ ନେତା ଅନିଲ କୁମାର ନାୟକ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ସେଠି, ଭଗବାନ ସ୍ୱାଇଁ, ପ୍ରମୁଖ ଉପସ୍ଥିତ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସୁରେନ୍ଦ୍ର ନାଥ ପାତ୍ର, କାଳୁ ଚରଣ ପାତ୍ର, ଆଶିଷ ପଣ୍ଡା, ନମ ଶିବାୟ ଆଚାରି, ତାରିଣୀ ଚରଣ ଭୂୟାଁ, ଅନିଲ ଜେନା, ସତ୍ୟ ନାରାୟଣ ସେଠି, ସାଗର ପାତ୍ର, ସନାତନ ପଣ୍ଡା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | ଉକ୍ତ କାର୍ଯ୍ୟକୁ ଅଂଚଳ ବାସୀ ପ୍ରଶଂସା କରିଥିଲେ |

LEAVE A REPLY

Please enter your comment!
Please enter your name here