୪ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

0
371

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ୪ ଦଫା ଦାବି ନେଇ ଆଜି ନବରଙ୍ଗପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ଶତାଧିକ ଟ୍ରାକ୍ଟର ସହ ଏକ ବିଶାଳ ଶୋଭାଯାତ୍ରା ରେ ସ୍ଥାନୀୟ ଚାମୁରିଆ ଗୁଡା ଠାରୁ ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲା। ଦାବି ର ଯଥାର୍ଥତା କୁ ଦୃଷ୍ଟି ରେ ରଖି ଏହାକୁ ସମର୍ଥନ ଜଣେଇ ଶୋଭାଯାତ୍ରା ରେ ସାମିଲ ହେଇଥିଲେ ତିନି ପ୍ରମୁଖ ରାଜନୈତିକ ଦଳ ର କର୍ମକର୍ତ୍ତା । କଂଗ୍ରେସ ର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେପି ର ରାଜ୍ୟ ଉପ ସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଙ୍କ ସହ ବିଜେଡି ଦଳ ର ନବରଙ୍ଗପୁର ସାଂସଦ ରମେଶ ମାଝୀ ଙ୍କ ପକ୍ଷରୁ ମଧ୍ୟ ଯୁବ ନେତା ତାପସ ତ୍ରିପାଠୀ ପହଞ୍ଚି ନିଜ ନିଜର ସମର୍ଥନ ଜଣେଇଥିଲେ। ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମଧ୍ୟ ନିଜେ ଟ୍ରାକ୍ଟର ଚଲାଇ ଅନ୍ୟ ଟ୍ରାକ୍ଟର ମାଲିକ ଙ୍କ ସହିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଧାରଣା ରେ ବସିଥିଲେ। ୪ ଦଫା ସମ୍ବଳିତ ଦାବି ନେଇ ଆନ୍ଦୋଳନ ରେ ବସିଥିବା ବେଳେ ୩ ଟି ପ୍ରମୁଖ ଦଳ ର ୧୦ ଜଣିଆ ପ୍ରତିନିଧି ଦଳ ଯାଇ ଜିଲ୍ଲାପାଳ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ଅଧିକାଂଶ ଡ୍ରାଇଭର ଗରିବ ଶ୍ରେଣୀର ହୋଇଥିବା ବେଳେ ଟ୍ରାକ୍ଟର ଚଲାଇ ତାଙ୍କ ପରିବାର ପ୍ରତିପୋଷଣ କରନ୍ତି ତେବେ ସେମାନଙ୍କ ଟ୍ରାକ୍ଟର ଡ୍ରାଇଭିଂ କ୍ଷେତ୍ରରେ ଅନେକ ଅଭିଜ୍ଞତା ରହିଛି । ସେମାନେ ବର୍ତ୍ତମାନ ର ଲାଇସେନ୍ସ ପ୍ରଦାନ ବ୍ୟବସ୍ଥା ର ନୂଆ ପ୍ରଣାଳୀ ସହିତ ଅନଭିଜ୍ଞ ରହିଛନ୍ତି ଯାହାଫଳରେ ସେମାନେ ଡ୍ରାଇଭିଂ ପରୀକ୍ଷା ସମୟରେ ବିଫଳ ହେଉଛନ୍ତି ତେଣୁ ସେମାନଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ କରା ଯିବା ପାଇଁ ଅନୁରୋଧ କରିଛନ୍ତି। ତତ୍ ସହିତ ଲେବୋର ମାନଙ୍କୁ କାର୍ଡ ପ୍ରଦାନ କରି ବିମା ଭୁକ୍ତ କରିବା ପାଇଁ ମଧ୍ୟ ଦାବି ରଖିଛନ୍ତି। ଏହାସହ ବାହାର ରାଜ୍ୟ କୁ ହେଉଥିବା ବାଲି ଚାଲାଣ ରୋକିବା ଏବଂ ବାଲି ଉତ୍ତୋଳନ ସକାଶେ ଟିକସ ପ୍ରଦାନ ପାଇଁ ସରକାର ଙ୍କ ତରଫରୁ ଏକ କାଉଣ୍ଟର ଖୋଲିବା କୁ ଦାବି କରିଛନ୍ତି । ଯାହାଫଳରେ ସାଧାରଣ ଲୋକେ ନାହି ନଥିବା ଅସୁବିଧା ର ସମ୍ମୁଖୀନ ହେବାରୁ ବଞ୍ଚିତ ହୋଇଥାନ୍ତେ। ଏହି ସମସ୍ତ ଦାବି ପୁରଣ ନ ହେଲେ ଜିଲ୍ଲାବାସୀ ଙ୍କ ହିତ ସକାଶେ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି। ବିଭାଗୀୟ ଅଧିକାରୀ ଓ ରାଜ୍ୟ ସରକାର ଙ୍କ ସହ ବିଚାର ବିମର୍ଷ କରି ଏହି ଦାବି ଉପରେ ଗୁରୁତ୍ବ ଦେବେ ବୋଲି ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର ପ୍ରତିନିଧି ଦଳ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here