ଏଲ୍‌ଏଲ୍‌ସିସି ଟ୍ରଫି ଜିତିଲା ଡିୱାଇସି

0
284

ଭୁବନେଶ୍ବର() ଚନ୍ଦ୍ରଶେଖରପୁର ଡିୱାଇସି ସ୍ଥାନୀୟ ମହର୍ଷି ପଡ଼ିଆରେ ଆୟୋଜିତ ୧୪ତମ ଲାଇଫ୍‌ ଲିଜେଣ୍ଡ କ୍ରିକେଟ୍‌ କ୍ଲବ୍‌ (ଏଲ୍‌ଏଲ୍‌ସିସି ) ଟେନସ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ବିଜେତା ହୋଇଛି।

ରବିବାର ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଏହି ଦଳ ୪୦ ରନ୍‌ରେ ଟେନିସ୍‌ ଷ୍ଟାର୍‌ ଦଳକୁ ପରାସ୍ତ କରିଥିଲା। ଡିୱାଇସି ନିର୍ଧାରିତ ୬ ଓଭରରେ ୪ ୱିକେଟ୍‌ ହରାଇ ୮୬ କରିଥିଲା। ଜବାବରେ ଟେନିସ ଷ୍ଟାର ଦଳ ୨ ୱିକେଟ୍‌ ହରାଇ ୪୬ ରନ୍ କରିପାରିଥିଲା। ବିଜୟୀ ଦଳର ପ୍ରକଶ ସାହୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ କର୍ପୋରେଟର ମାନସୀ ସୁନ୍ଦରାୟ, ସମାଜସେବୀ ନିତ୍ୟାନନ୍ଦ ବେହେରା ଓ ଯୁବ ସାମ୍ବାଦିକ ଚକ୍ରଧର ମାଝି ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ। ଏହି ମ୍ୟାଚ୍‌କୁ ମୁନା ଓ ଵୁଲୁ ପରିଚାଳନା କରିଥିବା ବେଳେ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here