ବ୍ରହ୍ମପୁରଠାରେ ବିମାନ ବନ୍ଦର ସ୍ଥାପନ ପାଇଁ ବ୍ରହ୍ମପୁର ବନ୍ଦ ହେବ

0
302

ବ୍ରହ୍ମପୁର() ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ନେଇ ପ୍ରସ୍ତାବିତ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଏନଜିଓ ହଲ ଠାରେ ସର୍ବଦଳୀୟ ଜନସଭା ଅନୁଷ୍ଠିତ ହୋଇଯାଇଛି l ଓଡିଶାର ସର୍ବବୃହତ ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ସ୍ଥାପନ ନେଇ ଦୀର୍ଘ ବର୍ଷ ଧରି ଆନ୍ଦୋଳନ, ବିକ୍ଷୋଭ, ଧାରଣା ମାଧ୍ୟମରେ ଦାବି ହେଉଥିଲେ ମଧ୍ୟ ଏହି ଜିଲ୍ଲା ପ୍ରତି ବିଭିନ୍ନ ସମୟରେ ବିଭିନ୍ନ ସରକାର ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି l ଏହି ଜିଲ୍ଲା ଠାରୁ ଭୁବନେଶ୍ୱର ବିମାନ ବନ୍ଦର 170କିମି ହେଉଥିବା ସ୍ଥଳେ ଜନସଂଖ୍ୟା ତଥା ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ୱେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହତାଦର ଜିଲ୍ଲାବାସୀଙ୍କୁ ଚକିତ କରୁଛି l ଓଡିଶାରେ 9ଟି ବିମାନ ବନ୍ଦର ପ୍ରସ୍ତାବ ରହିଛି l ଝାରସୁଗୁଡାରେ 210କୋଟି ଟଙ୍କାରେ ବିମାନ ବନ୍ଦର କାମ ସରିଛି l ରାଉରକେଲା ଓ ଜୟପୁରରେ ବିମାନ ବନ୍ଦର କାର୍ଯ୍ୟ ଚାଲୁ ରହିଥିବାବେଳେ ଅନୁଗୁଳ, ସମ୍ବଲପୁର, ନବରଙ୍ଗପୁର, କଳାହାଣ୍ଡି, କଟକରେ ଏୟାରବେସ ପ୍ରସ୍ତାବ ରହିଛି l ପୁରୀ ଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠାପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି l ବ୍ରହ୍ମପୁର ନିକଟସ୍ଥ ରଙ୍ଗାଈଲୁଣ୍ଡା ଏୟାରଷ୍ଟ୍ରିପ ସର୍ବପୁରାତନ l ବିଡିଏ ଅନୁମୋଦନ କରିଥିବା ସିଡିପି ଅନୁସାରେ ବ୍ରହ୍ମପୁର ନିକଟ ଲକ୍ଷ୍ମୀପୁର ମୌଜାର ଶୀତଳlପଲ୍ଲୀ ଠାରେ ବିମାନବନ୍ଦର କରିବାକୁ 8ବର୍ଗ କିମି ଜମି ସରଂକ୍ଷିତ ରହିଛି l ଏତଦବ୍ୟତୀତ ପ୍ରାୟ 300ଏକର ପ୍ରାଇଭେଟ ଜମି ପ୍ରସ୍ତାବ ରହିଛି l ତଥାପି ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି l ରାଜ୍ୟ ସରକାର ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାର ନିକଟକୁ ପଠାଇନାହାନ୍ତି l ପାର୍ଲିଆମେଣ୍ଟରେ ବ୍ରହ୍ମପୁର ସାଂସଦଙ୍କ ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ କେନ୍ଦ୍ରକୁ ପଠାଇନଥିବା କହୁଛନ୍ତି l ଶିକ୍ଷା, ବାଣିଜ୍ୟ, ପର୍ଯ୍ୟlଟନ, ଆଇଜର, IRE, ଟାଟା ଶିଳ୍ପ ତଥା ଅନ୍ତର୍ଜାତୀୟ ଲିଙ୍କ ଥିବା ପୁରାତନ ସହର ବ୍ରହ୍ମପୁର ତଥା ଗଞ୍ଜାମଜିଲ୍ଲାରେ ବିମାନ ବନ୍ଦର ପ୍ରତିଷ୍ଠା ପ୍ରତି ଅଣଦେଖା କରିଚାଲିଛନ୍ତି I କେନ୍ଦ୍ର ସରକାର ଉଡାନ ଯୋଜନାରେ ଜୟପୁର, ରାଉରକେଲା, କଳାହାଣ୍ଡି ଜିଲ୍ଲାର ଉକ୍ତେଲI, ବିମାନ ବନ୍ଦର ଅନ୍ତର୍ଭୁକ୍ତ ଥିବାବେଳେ ଉଡ଼ାନ 3ରେ ଝାରସୁଗୁଡାର ବୀର ସୁରେନ୍ଦ୍ର ସାୟ ବିମାନ ବନ୍ଦର ସ୍ଥାନ ପାଇଛି, କିନ୍ତୁ ଗଞ୍ଜାମଜିଲ୍ଲାରେ ଉଡ଼Iନ-4ରେ ମଧ୍ୟ ଅନ୍ତର୍ଭୁକ୍ତ ନହେବା ଘୋର ପରିତାପର ବିଷୟ I ବ୍ରିଟିଶ ଅମଳର ପୁରୁଣା ଏୟାରଷ୍ଟ୍ରିପ ସମ୍ପ୍ରସାରଣ କିମ୍ବା ଜିଲ୍ଲାରେ ନୂତନ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ ନକରିବା ଗଞ୍ଜାମ ତଥା ବ୍ରହ୍ମପୁରର ସାଧାରଣ ଜନତାଙ୍କୁ ବିସ୍ମିତ କରିଛି I ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର 15ବର୍ଷ ଧରି ଲୋକଙ୍କୁ ଅନ୍ଧକାର ମଧ୍ୟରେ ରଖିଚାଲିଛନ୍ତି I ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଥରକୁ ଥର ରଙ୍ଗାଈଲୁଣ୍ଡା ଏୟାରଷ୍ଟ୍ରିପ କଥା କହି ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି l ବ୍ରହ୍ମପୁରର ବହୁ ସ୍ବେଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ବ୍ୟବସାୟୀ, ଆଇନଜୀବୀମlନେ ମଧ୍ୟ ଏକତ୍ରିତ ଆନ୍ଦୋଳନ କରିବାକୁ ନିଷ୍ପତ୍ତିନେବାକୁ ଯାଉଥିବାରୁ ଗଞ୍ଜାମବାସୀ ଆଗାମୀଦିନରେ ନିଶ୍ଚୟ ବିମାନଘାଟି ହେବବୋଲି ଆଶା ବାନ୍ଧିଛନ୍ତି ଓ ଜାଗା ଚିହ୍ନଟ କରିବା DPR ବାରମ୍ବାର ପରିବର୍ତ୍ତନକୁ ନିନ୍ଦା କରାଯାଇଛି I 2024ମସିହା ସୁଦ୍ଧା 100ଟି ନୂତନ ବିମାନବନ୍ଦର 1000 ନୁଆଁ ରାସ୍ତା ସଂଯୋଗ ପାଇଁ କେନ୍ଦ୍ର ସରକାର ଏକ ଲକ୍ଷ କୋଟି ଖର୍ଚ୍ଚ ଅଟକଳ କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି I ରାଜ୍ୟ ସରକାର ଗ୍ରୀନ ଫିଲଡ଼ ଯୋଜନାରେ ବିମାନ ବନ୍ଦର ପାଇଁ ସ୍ଥାନ ଚି଼ହ୍ନଟ ଯଦିନ କରିପାରିବେ ତେବେ ଏହି ଯୋଜନା ହାତଛଡା ହେଲେ ଗଞ୍ଜାମରେ ଜନ ଅସନ୍ତୋଷ ଦେଖାଦେବା ନିଶ୍ଚିତ I ଆଜି ଗଞ୍ଜାମ ଜିଲ୍ଲା ବାର ଏସୋସିଏସନର ସଭାପତି କପିଳ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ବ୍ରହ୍ମପୁର ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ I ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିବାବେଳେ ପୂର୍ବତନ ସଭାପତି ସୁଧାଂଶୁ ଶେଖର ପଣ୍ଡା, ବାର ଏସୋସିଏସନ ସମ୍ପାଦକ ରାମକୃଷ୍ଣ ମହାରଣା, ବିକାଶ ମଞ୍ଚ ଉପଦେଷ୍ଟା ଡ. ଶିବ ପ୍ରସାଦ ମିଶ୍ର, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବିଜୟ ପାଣିଗ୍ରାହୀ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଚାମ୍ବର ଅଫ କମର୍ଷର ସଭାପତି ଭି. ସନ୍ତୋଷ କୁମାର ମଂଚାସୀନ ଥିବାବେଳେ ଭଞ୍ଜନଗର ବାର ଆସୋସିଏସନ ପୂର୍ବତନ ସଭାପତି ଅଭିମନ୍ୟୁ ଗୌଡ଼,ଫୋରମ ଫର ଗଞ୍ଜାମର ଜାମୁଲI ସୁରେଶ,ଆଇନଜୀବି ବି. ଶଙ୍କର ପାତ୍ର,ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ,କୃଷକ ସଂଗଠନ ନେତା ଶଙ୍କର ସାହୁ,ଦୀନବନ୍ଧୁ ଶ୍ରୀପଲ୍ଲଭ, ସୁବାସ ମିଶ୍ର, ରାଜେନ୍ଦ୍ର ଦଳବେହେରା,କଳାକାର ସଂଘର ରଂଜିତ ନନ୍ଦ, ଗଜେନ୍ଦ୍ର ଚୌଧୁରୀ, ସବିତା ସାହୁକାର, ବଂଶୀଧର ଭୂୟାଁ, ବିଜୟ ବିଶୋଇ,ଲେଖକ ସାମ୍ମୁଖ୍ୟର ସମ୍ପାଦକ ହାଡିବନ୍ଧୁ ମାଳି, ପ୍ରକାଶ ପାତ୍ର, ଡ. ଦମ୍ବୁରୁଧର ସାହୁ,କିଶୋର ପାତ୍ର, ପୁସ୍ତକ ମେଳା ସମିତି ସମ୍ପାଦକ ଭବାନୀ ଶଙ୍କର ପାଣିଗ୍ରାହୀ,ବିଶ୍ୱଦେବ,ଅବସରପ୍ରାପ୍ତ କର୍ମଚାରୀ ଶିକ୍ଷକ ବିକାଶ ମଞ୍ଚ ଉପସଭାପତି ପ୍ରଦୀପ ସାହୁ, ସମାଜସେବୀ ସାମ୍ବlସେବୀ ରାଓ,ଗୁରୁ ଚରଣ ପାତ୍ର,ବାସୁଦେବ ସାହୁକାର ପ୍ରମୁଖ ମତାମତଦେଇ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ l ଏଥିରେ 33ଜଣିଆ କ୍ରିୟାନୁଷ୍ଠାନ କମିଟି ଘୋଷଣା ହୋଇଛି l

LEAVE A REPLY

Please enter your comment!
Please enter your name here