ବିଜେପି ର ୫୦ ରୁ ଉର୍ଦ୍ଧ୍ବ ପରିବାର ବିଜେଡିରେ ସାମିଲ

0
281

ପୋଲସରା : ଆଗକୁ ପଞ୍ଚାୟତ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପ୍ରତ୍ୟେକ ପଞ୍ଚାୟତରେ ସଙ୍ଗଠନ ସୁଦୃଢ କରିବାରରେ ଲାଗିପଡ଼ିଛି । ଅଗଷ୍ଟ ୦୯ ତାରିଖ ଦିନ ପୋଲସରା ବ୍ଲକ ଅନ୍ତର୍ଗତ ବଡ ପଙ୍କଳବାଡ଼ି ଗ୍ରାମ ପଞ୍ଚାୟତ ର ମଙ୍ଗଳପୁର ଗ୍ରାମରେ ବିଜେଡି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି ର ଆଗ ଧାଡ଼ିର ସଙ୍ଗଠକ ଲିଟୁ ପ୍ରଧାନ ଓ ମହେଶ୍ୱର ସାହୁ ଜାତୀୟ ଦଳ ବିଜେପି ପ୍ରତି ବିମୁଖ ହୋଇ ଦଳତ୍ୟାଗ କରି ତାଙ୍କର ୫୦ ରୁ ଉର୍ଦ୍ଧ ସମର୍ଥକ ପରିବାର ସହ, ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଅଞ୍ଚଳରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଓ ଜନସମ୍ପର୍କରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ନୂତନ ଭାବେ ବିଜେଡିରେ ଯୋଗ ଦେଇଥିବା ପ୍ରମୁଖ ନେତା ଓ କର୍ମୀ ମାନଙ୍କୁ ବିଧାୟକ ଶ୍ରୀ ସାହୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇ ବିଜେଡି ଦଳକୁ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଞ୍ଜୁକ୍ତା ବାଡ଼ତ୍ୟା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ , ସଂପାଦକ ଅଶୋକ କୁମାର ବିଷୋୟୀ, ସରପଞ୍ଚ ରଞ୍ଜୟ କୁମାର ପାଣିଗ୍ରାହୀ, ସମିତି ସଭ୍ୟା ସରସ୍ବତୀ ପ୍ରଧାନ, ସଞ୍ଜୟ କୁମାର ପ୍ରଧାନ, ଯୁବ ବିଜେଡି ନେତା ଭଗବାନ ମହାରଣା, ଲଡୁକିଶୋର ଦଳାଇ, ସନ୍ତୋଷ କୁମାର ପ୍ରଧାନ , ହରିହର ବିଶ୍ବାଳ , ପ୍ରଫୁଲ୍ଲ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here