କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଉଦଘାଟନୀ ମ୍ୟାଚରେ ପାରଳାଖେମୁଣ୍ଡି ବିଜୟୀ

0
298

ପୋଲସରା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ଗୋଛାବାଡ଼ି ଗ୍ରାମରେ ଶ୍ରୀ ଜଗନ୍ନାଥ ସ୍ୱାମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଡିସେମ୍ବର ପାଞ୍ଚ ତାରିଖରୁ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ସମାଜସେବୀ ଅଶୋକ କୁମାର ବିଷୋୟୀ, ଗୋଛାବାଡ଼ି ସରପଞ୍ଚ ମନ ମୋହନ ଗୌଡ଼,ଜିଲ୍ଲା ପରିଷଦଙ୍କ ପ୍ରତିନିଧି, ସମିତି ସଭ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଉଦଘାଟନୀ ମ୍ୟାଚ ପାରଳାଖେମୁଣ୍ଡି ଟିମ ଓ ଖଲ୍ଲିକୋଟ ନୂଆଗାଁ ଟିମ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ବେଳେ ପାରଳାଖେମୁଣ୍ଡି ଟିମ ବିଜୟୀ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here