ଚାରିଆଡେ ଧୂଳି,ଅନୁମତି ଦେଉଛି କିଏ ?

0
604

କୁକୁଡାଖଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବାଇଗଣବାଡି ରୋଡରେ ଯେଉଁପଟେ ଆଖିବୁଲାଇଲେ ଧୂଳି ଖାଲି ଧୂଳି। ଉକ୍ତ ରାସ୍ତାଦେଇ ଯାଉଥିବା ପଥଚାରୀ ଧୂଳିରେ ସରସର । ଗତ କିଛିଦିନ ହେଲା ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ଏଆରଏସଏସ ପ୍ଲାଣ୍ଟ ପଛ ବାଇଗଣବାଡି ରୋଡ ଠାରେ । ରାସ୍ତା ଠାରୁ ୫୦ ମିଟରର ଦୂରରେ ଥିବା କ୍ରସରରୁ ବାହାରୁଛି ଏପରି ଧୂଳି। କ୍ରସର ମଧ୍ୟରେ ଗଛ ଲଗାଯାଇନଥିବାରୁ ଏପରି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ଯାହାକି ପରିବେଶ ସୁରଷା ଆଇନର ଖୋଲାଖୋଲି ଉଲଘଂନ କରୁଥିବା ଜଣାପଡୁଛି । ପରିବେଶ ପ୍ରଦୂଷଣ କରୁଥିବା ବେଳେ କିପରି କ୍ରସର ଚଲାଇବାକୁ ଅନୁମତି ମିଳିଛି ତାହାକୁ ନେଇ ଉଠିଛି ଏବେ ବିଭିନ୍ନ ପ୍ରଶ୍ନବାଚୀ । ସରକାରୀ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ସାଧାରଣ ଲୋକେ କଷ୍ଟ ଭୋଗୁଛନ୍ତି । ରାସ୍ତାସାରା ଗୋଡି,ଧୂଳି ଧୂସରମୟ ହେବା ଯୋଗୁଁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି । ଖୁବ ଶୀଘ୍ର ଉଚ୍ଚକତ୍ତୃ ପଷ ଦୃଷ୍ଟିଦେବାକୁ ଦାବିହୋଇଛି ।

LEAVE A REPLY

Please enter your comment!
Please enter your name here