ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସଂଘ ର ବାର୍ଷିକ ବୈଠକ ଅନୁଷ୍ଠିତ

0
263

ବ୍ରହ୍ମପୁର() ଆଜି ବ୍ରହ୍ମପୁର ସ୍ଥିତ ଗୁରୁକୂଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ ଠାରେ ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସଂଘ ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ର ପୂର୍ବତନ ବିଧାୟକ ତଥା ଗଂଜାମ ଜିଲ୍ଲା ବି ଜେ ଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।ମହାସଂଘ ର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ସଭାପତିତ୍ୱ ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଓ ବରିଷ୍ଠ ବି ଜେ ପି ନେତା ରଞ୍ଜନ ପୋଲାଇ,ଅରୁଣ କୁମାର ଷଡ଼ଙ୍ଗୀ, ଅମରେଶ ମିଶ୍ର, ରାଜକିଶୋର ପାଢ଼ୀ,ଲଖନ ରାଓ ଆଚାରି ପ୍ରମୁଖ ଯୋଗଦେଇଥିଲେ।ରାଜ୍ୟ ସରକାର ସରକାରୀ ବିଦ୍ୟାଳୟରେ ପାଠପଢିଲେ ଡାକ୍ତର ଓ ଇଂଜିନିୟରିଂ ପାଇଁ କରିଥିବା ସଂରକ୍ଷଣ ବ୍ୟବସ୍ଥା କୁ ବିରୋଧ କରାଯାଇଥିଲା।ଆଗାମୀ ଦିନରେ ସରକାର ଏହାକୁ ପୁର୍ନବିଚାର କରି ଏହି ନିୟମ କୁ ପ୍ରତ୍ୟାହାର କରିବା ପାଇଁ ସଙ୍ଘ ପକ୍ଷରୁ ଦାବୀ କରାଯାଇଛି।ଯଦି ଏହାକୁ ସରକାର ପ୍ରତ୍ୟାହାର ନକରନ୍ତି ତେବେ ସଙ୍ଘ ଆଇନ ଆଶ୍ରୟ ନେବା ସହ ରାଜ୍ୟ ସାରା ଆନ୍ଦୋଳନ କରାଯିବ ବୋଲି ସଙ୍ଘ ର ସଭାପତି ରଘୁନାଥ ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here