ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚ ପକ୍ଷରୁ ଗଣସଂକଳ୍ପ ଦିବସ ପାଳନ

0
296

ବ୍ରହ୍ମପୁର()କର୍ପୋରେଟ ସ୍ୱାର୍ଥରକ୍ଷାକାରୀ ଓ ଜନବିରୋଧୀ ତିନୋଟି କଳା କୃଷି ଆଇନ ଏବଂ ବିଦ୍ୟୁତ ସଂଶୋଧନ ବିଲର ପ୍ରତ୍ୟାହାର ଦାବିନେଇ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଡାକରାକ୍ରମେ ଆଜି ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ଛତ୍ରପୁର ଉପଖଣ୍ଡର ମାଟିଖlଲ ଗ୍ରାମରେ ଗଣସଂକଳ୍ପ ଦିବସ ପାଳନ ହୋଇଯାଇଛି । ଏଥି ଉପଲକ୍ଷେ ଆବାହକ ଗୁରୁଦେବ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇ ଗ୍ରାମବାସୀଙ୍କୁ ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ଶପଥକରାଯାଇ ନୂତନ ତିନୋଟି ଜନବିରୋଧୀ କର୍ପୋରେଟ ସପକ୍ଷବାଦୀ କୃଷି ଆଇନକୁ ପ୍ରତ୍ୟାହାର କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ବଳବତ୍ତର କରାଯିବାକୁ ଗଣସଂକଳ୍ପ ନିଆଯାଇଥିଲା l ଆଜିର ଏହି ସଭାରେ ସିପିଆଇ (ଏମଏଲ)ରେଡଷ୍ଟାର ରାଜ୍ୟ ସମ୍ପାଦକ ସାଥି ଶିବରାମ, ଗଞ୍ଜାମ ଜିଲ୍ଲା ସମ୍ପାଦକ ସାଥି ଶଙ୍କର,ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ତଥା ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚର ଉପଦେଷ୍ଟା ଅବନୀ ଗୟା,ସମାଜସେବୀ ମନୋଜ ତରାଇ,ଭାରତ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ଆଇନଜୀବୀ ସୁମା ଦାସ, କ୍ରାନ୍ତି ଯୁବ ଛାତ୍ର ସଂଗଠନର ନେତା ଇଜୁ ଅମିନ ଖାଁ,ଜନ ଆନ୍ଦୋଳନର ନେତା ଉଦୟ ପ୍ରଧାନ, ଭଗବାନ ପ୍ରଧାନ, ଦଣ୍ଡପାଣି ପ୍ରଧାନ, ବନ୍ଧୁ ପ୍ରଧାନ, ଇନ୍ଦୁ ପ୍ରଧାନ, ଶଶୀ ପ୍ରଧାନ, ସର ପ୍ରଧାନଝୁନା ପ୍ରଧାନ ପ୍ରମୁଖ ଏହି ସଭା ପରିଚାଳନା କରିଥିଲେ l ଏହି ଅବସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା l ଶେଷରେ ସାଥି ଗୁରୁଦେବ ବେହେରା ଧନ୍ୟବାଦ ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here