ମାଣିତରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

0
129

ବୁଗୁଡା : “ଯୁବ ଓଡିଶା ନବୀନ ଓଡ଼ିଶା” ର “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” ଆନୁକୂଲ୍ୟରେ ଡିସେମ୍ବର ୧୯ ତାରିଖ ଦିନ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଉଛି। ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ କବି ପ୍ରମୋଦ ଚନ୍ଦ୍ର ପାଢ଼ୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ପ୍ରିନ୍ସିପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ମାଣିତରା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ପ୍ରଶାନ୍ତ କୁମାର ସେଠୀ, ମୁଖ୍ୟ ବକ୍ତଭାବେ ଶିକ୍ଷାବିତ ଅନିଲ କୁମାର ମହାରଣା, ସମ୍ମାନିତ ଅତିଥି ଭାବେ ପ୍ରତିଷ୍ଠାତା ସଦସ୍ୟା ସୁକାନ୍ତି ମହାରଣା ଯୋଗଦେଇଥିଲେ। ନୋଡାଲ ଅଫିସର ଅଧ୍ୟାପକ ଶଙ୍କର ଆଶୀଷ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଅଧ୍ୟାପିକା ପ୍ରଜ୍ଞା ପାରମିତା ସାହୁଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ୱାରା ସଙ୍ଗୀତ, ଏକକ ନୃତ୍ୟ, ସାମୁହିକ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here