ନୂଆଗାଁ ବ୍ରିଜ ନିକଟରେ ବାଇକ ଦୁର୍ଘଟଣା ୨ ଗୁରୁତର

0
365

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟସ୍ଥ ଢ଼ିମିରିପଲ୍ଲୀ ଛକ ନିକଟରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି । ଆହତ 2 ଜଣ ହେଲେ ପପୁ ନାୟକ ( ୨୬) ଓ ବଳରାମ ବାରିକ ( ୨୦) । ମିଳିଥିବା ସୂଚନା ମୁତାବକ ଉଭୟ କୌଣସି କାମ ରେ ଭଞ୍ଜନଗର ଆସି ନିଜ ଗ୍ରାମ ମାଧବିରିଡ଼ା ଗ୍ରାମକୁ ବାଇକ ଯୋଗେ ଫେରୁଥିବା ସମୟରେ ସନ୍ଧ୍ୟା ୭ଟା ସମୟରେ ଢ଼ିମିରିପଲ୍ଲୀ ଛକ ନିକଟରେ ସାମ୍ନା କୁ ଏକ ସାଇକେଲ ଚାଳକ ଆସିଯିବାରୁ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ବଳରାମ ବାରିକ ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here