କାଳିଆମ୍ବ। ପର୍ଯ୍ୟଟନ ସ୍ଥଳିରେ ଜମୁଛି ବଣଭୋଜିର ଆସର ;ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପାଟମୂଷା

0
516

ଭଞ୍ଜନଗର(ନିଲୁ ବିଷୋୟୀ) ଆସିଛି ପର୍ଯ୍ୟଟନର ଋତୁ ଆଉ ପର୍ଯ୍ୟଟନ ସ୍ଥଳିରେ ଜମୁଛି ବଣଭୋଜିର ଆସର। ଏହି କ୍ରମରେ ଭଞ୍ଜନଗର କେନ୍ଦ୍ରୀୟ ବନାଞ୍ଚଳ ଅଧିନ କାଳିଆମ୍ବା ନିକଟରେ ଥିବା ପାଟମୂଷା ଜଳପ୍ରପାତରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଜମିଛି । ଜଙ୍ଗଲ ଭିତରେ ଥିବା ଏହି ୱାଟର ଫଲରେ ନିଆରା ମଜା ଉଠାଉଛନ୍ତି ଦର୍ଶକ।
ଭଞ୍ଜନଗର ବ୍ରହ୍ମପୁର ମୁଖ୍ୟରାସ୍ତା ଶାଳୁଆପାଲି ରାସ୍ତାରୁ 8 କିଲୋମିଟର ଯିବା ପରେ ପଡିଥାଏ କାଳିଆମ୍ବା ଜଙ୍ଗଲ ।ଏହି ଜଙ୍ଗଲରେ ରହିଛି ପାଟମୂଷା ପ୍ରକୃତି ଶିବିର । ଶୀତଦିନ ଆସିଲେ ପିକନିକ ପାଇଁ ଏଠାରେ ଭିଡ ଜମିଥାଏ । ଝରଣାର କଳକଳ ନାଦ ସହ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ପ୍ରକୃତି ପ୍ରେମୀକୁ ମନ୍ତ୍ରମୁଗ୍ଧ କରିଥାଏ । ଏହି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ରହିବା ପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ ରହିଛି। ଗଛ ଉପରେ ଘର କରାଯାଇଛି । ଯେଉଁଠାରେ ପ୍ରକୃତିପ୍ରେମୀ ରାତି କାଟିପାରିବେ । ସେହିପରି ଶାଳୁଆପଲ୍ଳୀ ଠାରେ ଏକ ନେଚର କ୍ୟାମ୍ପ ରହିଛି, ଯାହାକୁ ପାର୍କଭଳି ସୁସଜ୍ଜିତ କରାଯାଇଛି। ଭଳିକି ଭଳି ଫୁଲ ଗଛ ଔଷଧୀୟ ବୃକ୍ଷରେ ସୁସଜ୍ଜିତ ହୋଇଛି ଏହି ସ୍ଥାନ । ଏଠାରେ ପ୍ରାୟ 32 ପ୍ରଜାତିର ବାଉଁଶ ଗଛ ଦେଖିବାକୁ ମିଳେ । ପ୍ରତିବର୍ଷ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ କିଛିଟା ମାନ୍ଦା ପଡିଛି ପର୍ଯ୍ୟଟନଶିଳ୍ପ ।

LEAVE A REPLY

Please enter your comment!
Please enter your name here