କୂଅ ଭିତରୁ ବୃଦ୍ଧଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

0
440

ଭଞ୍ଜନଗର(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଲୁଣିଝୋଳା ଗ୍ରାମରେ ଅଘଟଣ।ସେହି ଗ୍ରାମର ଜଣେ 75 ବର୍ଷୀୟ ବୃଦ୍ଧ ଗାଧୋଇବା ପାଇଁ କୂଅରୁ ପାଣି କାଡ଼ିବା ବେଳେ ଗୋଡ଼ ଖସି ଯିବାରୁ କୂଅ ଭିତରେ ଗଳି ପଡ଼ିଥିଲେ।ବୃଦ୍ଧ ଜଣକ ହେଉଛନ୍ତି ଧୋବା ଗୌଡ଼।ସବ୍ଧ ଶୁଣି ପଡୋଶୀ କୂଅ ନିକଟକୁ ଆସି ବୃଦ୍ଧ ଙ୍କୁ ଦେଖି ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ।କିନ୍ତୁ କୂଅଟି ବହୁତ ଗଭୀର ଥିବାରୁ ବୃଦ୍ଧ ଙ୍କୁ ଉଦ୍ଧାର କରି ପାରିନଥିଲେ।ଖବର ପାଇ ବେଲଗୁଣ୍ଠା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଘଣ୍ଟା ର କସରତ ପରେ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here