ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

0
309

ଭଞ୍ଜନଗର(ନିଲୁ ବିଷୋୟୀ) ଆଜି ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି | ସୈରାତ ଉତ୍ସ ଗୁଡିକରେ ଦେଖାଯାଉଥିବା ସମସ୍ୟାଗୁଡିକ ତହସିଲଦାର ମାନେ କ୍ଷେତ୍ର ପରିଦର୍ଶନ କରି ସମାଧାନ କରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବେଆଇନ ଇଟା ଭାଟି ଉପରେ ନଜର ରଖି ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାର ମାନଂକୁ ନିର୍ଦ୍ଧେଶ ଦେଇଛନ୍ତି । ଓଡିଶା ଜନସେବା କାର୍ଯ୍ୟ ଅଧିକାର ନିୟମ ଅନୁଯାୟୀ ହିତାଧିକାରୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ଜାତିଗତ ପ୍ରମାଣପତ୍ର, ଆୟକର ପ୍ରମାଣ ପତ୍ର, ଉତ୍ତରାଧିକାରୀ ପ୍ରମାଣ ପତ୍ର ଇତ୍ୟାଦି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରିବାକୁ କୁହାଯାଇଛି । ଇପାଉତି, ଗ୍ରାମ କଣ୍ଟକ, ଓଡିଶା ଜନସେବା କାର୍ଯ୍ୟ ଅଧିକାର, ମୋ ଗାଁ ରେ ତହସିଲ, ଏଫ. ଆର.ଏ , ବସୁନ୍ଧାରେ ଆଦି ବୈଠକ ରେ ଆଲୋଚନା ହେଇଥିଲା । ନିର୍ଦ୍ଧାରିତ ସମୟ ସୀମା ମଧ୍ୟ ଜନସାଧାରଙ୍କୁ ସେବା ପ୍ରଧାନ ସହ ତହସିଲଦାର କାର୍ଯ୍ୟାଳୟର କର୍ମଚାରୀ ତପ୍ତରତା ସହ କାର୍ଯ୍ୟ କରିବାକୁ ଉପଜିଲ୍ଲାପାଳ ଶ୍ରୀ ମିଂଜ଼ ପରାମର୍ଶ ଦେଇଛନ୍ତି ଏହାଛଡା ଉପଖଣ୍ଡ ର 5 ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ୱଛତା ଏବଂ ପରିମଳ କୁ ଗୁରୁତ୍ୱ ଦେଇ ଜନସାଧାରଙ୍କୁ ଉତ୍ତମ ସେବା ଯୋଗେଇ ଦେବାକୁ ଉପଜିଲ୍ଲାପାଳ ଏନ. ଏ. ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଂକୁ ନିର୍ଦ୍ଧେଶ ଦେଇଛନ୍ତି । ଏହାଛଡା ଏନ. ଏ. ସି, ଏବଂ ରାଜସ୍ବ ବିଭାଗ ସହ ଜଡ଼ିତ ଥିବା ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା କରାଯାଇଛି । ବୈଠକରେ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ, ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଆସ୍କା ତହସିଲଦାର ସଦାନନ୍ଦ ସେଠୀ, ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡା, ଜଗନ୍ନାଥ ପ୍ରସାଦ ଅତିରିକ୍ତ ତହସିଲଦାର ବୋରିଆଲ ମୁର୍ମୁ, ସୋରଡ଼ା ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ଧରାକୋଟ ତହସିଲଦାର କବିରାଜ ପ୍ରଧାନ, ବୁଗୁଡ଼ା ତହସିଲଦାର ସଂଗ୍ରାମ କେଶରୀ ଜେନା ସମେତ ଅତିରିକ୍ତ ତହସିଲଦାର, ସମସ୍ତ ଏନ. ଏ. ସି ର କାର୍ଯ୍ୟନିର୍ବାହ ଅଧିକାରୀ, ଉତ୍ତର ଘୁମୁସର ଏସିଏଫ ସୁଦର୍ଶନ ବାଦୀ, ଦକ୍ଷିଣ ଘୁମୁସରର ଏସିଏଫ ଏସ. ବେହେରା, ଏଡିଡ଼ବ୍ଲ ଅମୟ କୁମାର ମିଶ୍ର, ଭଞ୍ଜନଗର ଇରିଗେସନ ଡିଭିଜନ ର ଡିଇଇ ଜେ. ପ୍ରଧାନ ଉପସ୍ଥିତ ଥିଲେ । କାର୍ଯ୍ୟାଳୟ ବରିଷ୍ଠ ରାଜସ୍ୱ ସହାୟକ କାଳିନ୍ଦୀ ପତ୍ର ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here