ଭେଜିପୁଟ ଠାରେ ବନ୍ଧୁକ ଦେଖାଇ ସ୍ବସ୍ତି ଚିଲିକା ରିସୋର୍ଟ କର୍ମଚାରୀଙ୍କ ଠାରୁ ୬ଲକ୍ଷଟଙ୍କା ଲୁଟ  : ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର୍

0
343

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)  ପୁଣି ଆଉ ଏକ ଡକାୟତି । ବନ୍ଧୁକ  ଦେଖାଇ ଲୁଟି ନେଲେ ୬ଲକ୍ଷ ଟଙ୍କା। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ  ମୁକ୍ତେଶ୍ଵର ମନ୍ଦିର ନିକଟରେ । ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ଆଖିପିଛୁଳାକେ ୬ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ସ୍ବସ୍ତି ଚିଲିକା ରିସୋର୍ଟ ର କେସିଅର ପ୍ରଭୁକଲ୍ୟାଣ ସ୍ବାଇଁ ୬ଲକ୍ଷ ଟଙ୍କା ଧରି ଏକ ମହିନ୍ଦ୍ରା ସୁପ୍ରୋ ଗାଡ଼ି ନମ୍ବର OD02BB0337 ରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଥିବା ଆନ୍ଦ୍ର ବ୍ୟାଙ୍କ କୁ ଟଙ୍କା ଡିପୋଜିଟ୍ କରିବା ପାଇଁ ଯାଉଥିବା ସମୟରେ ହଟାତ ଭେଜିପୁଟ ମୁକ୍ତେଶ୍ବର ମନ୍ଦିର ନିକଟରେ ଏକ କଳା ରଙ୍ଗର ପଲସର୍ ବାଇକରେ ତିନିଜଣ ଦୁର୍ବୃତ୍ତ ଆସି ଗାଡ଼ିକୁ ଅଟକାଇ ପ୍ରଭୁକଲ୍ୟାଣ ମୁଣ୍ତରେ ବନ୍ଧୁକ ଲଗାଇ ୬ ଲକ୍ଷଟଙ୍କା ଲୁଟିନେଇ ଅତି କ୍ଷିପ୍ର ଗତିରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର SDPO ଗୌତମ କିଶାନ, ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ବେଗୁନିଆପଡ଼ା ଫାଣ୍ତି ଅଧିକାରୀ ଦିପ୍ତିରଞ୍ଜନ ବେହେରା, ଭେଜିପୁଟ ଫାଣ୍ତି ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛନ୍ତି । ସେପଟେ ଦୁଇଦିନ ତଳେ ଏହି ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ ଘାଟି ଉପରେ ବନ୍ଧୁକ ଦେଖାଇ ଜଣେ ୱେବ ମିଡ଼ିଆ ସାମ୍ବାଦିକଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣା ପରେ ଖଲ୍ଲିକୋଟ ଅଞ୍ଚଳରେ ସାଧାରଣ ଲୋକ ଭୟଭିତରେ ଥିବା ବେଳେ ସ୍ଥାନୀୟ ପୋଲିସ ସହ ଜିଲ୍ଲା ପୋଲିସ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here