କଂଗ୍ରେସ ପ୍ରତିଷ୍ଠା ଦିବସରେ ସଂକଳ୍ପ ‘ଦଳର ପୂବ ଗୌରବ ଫେରାଇ ଆଣିବାକୁ ନିରବିଛିନ୍ନ ଉଦ୍ଯମ ଜାରୀ ରହିବ’-ଭି.ଚନ୍ଦ୍ରଶେଖର ନାଇଡୁ

0
282

ବ୍ରହ୍ମପୁର()ବ୍ରହ୍ମପୁର ଲୋକସଭା କାର୍ଯ୍ୟାଳୟ ରେ କଂଗ୍ରେସ ପ୍ରତିଷ୍ଠା ଦିବସରେ ଏକ ବନ୍ଧୁମିଳନ କାଯ୍ଯକ୍ରମ ଆୟୋଜିତ ହୋଇଯାଇଛି.ଯୁବନେତା ଶିବରାମ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାଯ୍ଯକ୍ରମରେ ଲୋକସଭା ପ୍ରାଥି ଭି.ଚନ୍ଦ୍ରଶେଖର ନାଇଡୁ ଯୋଗଦେଇ କଂଗ୍ରେସ ଦଳର ଗୌରବମୟ ଅତୀତ ଓ ଦେଶ ଗଠନରେ କଂଗ୍ରେସ ଦଳର ଭୂମିକା ସଂପକରେ ଆଲୋକପାତ କରିଥିଲେ.ଏହି ଅବସରରେ ସହରର ବିଭିନ୍ନ ୱାଡରୁ ଆସିଥିବା ଲୋକମାନେ ନିଜନିଜ ଅଂଚଳର ସମସ୍ଯା ସମ୍ପର୍କରେ ଶ୍ରୀ ନାଇଡୁଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ.ବନ୍ଧୁ ମିଳନ ପୂବରୁ ଜିଲ୍ଲା କଂଗ୍ରେସ କାଯ୍ଯାଳୟ ବାପୁଜି ଆଶ୍ରମରେ ଆୟୋଜିତ ଦଳୀୟ ପତାକା ଉତ୍ତୋଳନ କାଯ୍ଯାକ୍ରମରେ ଶ୍ରୀ ନାଇଡୁ ଯୋଗଦେଇ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ.ଏହି ଅବସରରେ ନୂତନ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ନେତୃତ୍ବରେ ଜିଲ୍ଲାରେ ଦଳୀୟ ସଂଗଠନ ସୁଦୃଢ ହେଉଥିବାରୁ ଶ୍ରୀ ନାଇଡୁ ତାଙ୍କୁ ଧନ୍ଯବାଦ ଜଣାଇଛନ୍ତି.ବନ୍ଧୁମିଳନ କାଯ୍ଯକ୍ରମରେ ଜିଲ୍ଲା କିସାନ କଂଗ୍ରେସ ସଭାପତି ବୃନ୍ଦାବନ ଖଟେଇ,ବ୍ରହ୍ମପୁର ଯୁବ କଂଗ୍ରେସ ସଭାପତି ବିଜୟରାଜ ପାଣିଗ୍ରାହୀ,ରବି ଅଧିକାରୀ,ରାଜ୍ଯ କିସାନ କଂଗ୍ରେସ ସଂପାଦକ ପଦ୍ମଚରଣ ସାହୁ,ସଂଜୟ ସ୍ବାଇଁ,ଏସ ଏ ଆକବର,ତତସତ ସୁବୁଦ୍ଦି,ପତିତ ଗନ୍ତାୟତ,ରାଜୀବ ଖୁଣ୍ଟିଆ,ଜଗନ୍ନାଥ ପୋଲ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here