ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା, ୨ ଲୁଟେରା ଗିରଫ

0
376

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ବ୍ରହ୍ମପୁର ବଡ଼ ବଜାର ଥାନା ଇଲାକାର ଦୁଇ ସୁନା ଦୋକାନରୁ ଲୁଟ କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ଠାରୁ ୧୬୮.୦୬ ଗ୍ରାମ ସୁନା,୧୨ ଲକ୍ଷ ୭ ହଜାର ୬୦ ଟଙ୍କା,୬ ଲକ୍ଷର ଏକ କାର ଓ ଲୁଟ କାର୍ଯ୍ୟରେ ବ୍ୟବହୃତ ଗ୍ରୀଲ କଟର ଯନ୍ତ୍ର ଜବତ କରାଯାଇଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରୀ ପିନାକୀ ମିଶ୍ର ପ୍ରକାଶ କରିଛନ୍ତି। ଗିରଫ ଲୁଟେରା ଦ୍ବୟ ପଡୋଶୀ ଛତିଶଗଡ଼ ରାଜ୍ୟର ଲୋକେଶ ଶ୍ରୀବସ (୨୯)ଓ ଲୋକେଶ ରାଓ (୨୪) ହୋଇଥିବା ବେଳେ ଦୁହେଁ ଦୂର୍ଗ ଜେଲରେ ଥିବା ସମୟରେ ଏହି ଯୋଜନା କରିଥିଲେ। ସେ ଦୁହେଁ ଜାମିନରେ ଆସିବା ପରେ ଅକ୍ଟୋବର ମାସରେ ବିନୋଦ ଜୁଏଲରୀରୁ ୧୪୦୦ ଗ୍ରାମ ସୁନା ଅଳଙ୍କାର ଚୋରି କରିଥିଲେ। ଏନେଇ ଥାନା କେଶ ନଂ ୨୨୪/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା। ଡିସେମ୍ବର ମାସରେ କେଶବ ଜୁଏଲରୀରୁ ୪୨୪ ଗ୍ରାମ ସୁନା ଓ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚୋରି ହୋଇଥିଲା। ଏନେଇ ଥାନା କେଶ ନଂ ୨୫୯/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା। ଏସପି ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରଭାତ କୁମାର ରାଉତରାୟ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିଷ୍ଣୁ ଚରଣ ପତି ଓ ବଡ ବଜାର ଥାନା ଆରକ୍ଷୀ ନିରୀକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ଭୂପତିଙ୍କ ନେତୃତ୍ବରେ ପୋଲିସ ବାହିନୀର କଠିନ ପରିଶ୍ରମ ଯୋଗୁଁ ଦୁଇ ଲୁଟେରା ଗିରଫ ହୋଇପାରିଛନ୍ତି। ଏହି ଦୁଇ ଲୁଟେରାଙ୍କ ନାମରେ ଛତିଶଗଡ଼ରେ ମଧ୍ୟ ଅନେକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଦୁଇ ଗିରଫ ଆସାମୀକୁ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରାଯିବ ବୋଲି ଏସପି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here