ସଦରଥାନା ପୋଲିସ ପକ୍ଷରୁ ୮୩କେଜି ଗଞ୍ଜେଇ ଜବତ:୩ ଗିରଫ

0
277

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା) ସଦର ଥାନା ପୋଲିସ ଗତ କାଲି ୩ ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ପକ୍ଷରୁ ସୂଚନା ମିଳିଛି।ତେବେ ସୂଚନା ଅନୁଯାୟୀ ଜାଣିବାକୁ ମିଳିଛି ଯେ,ଗତକାଲି ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ଏସଆଇ ଜ୍ୟୋତିରଞ୍ଜନ ବେହେରା ଓ ତାଙ୍କ ପୋଲିସ ଟିମ୍ ମସିହାଖାଲି ଗ୍ରାମ ନିକଟରେ ଓଡି-୦୭-ଏଲ୍ ୫୯୮୮ ନମ୍ବର ବିଶିଷ୍ଟ ଏକ ଅଟୋକୁ ପିଛା କରି ୮୨ କେଜି ୭୧୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଗୋଳନ୍ତରା ଥାନା ଅନ୍ତର୍ଗତ ହଳଦିଆ ପଦର ଅଞ୍ଚଳର ଅଟୋ ଡ୍ରାଇଭର ଏସ୍.ପ୍ରସାଦ ରାଓ(୨୬),ପୋଲସରା ଅଞ୍ଚଳର ସନ୍ତୋଷ ଖଟେଇ(୩୨) ଏବଂ ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ପର୍ଶୁରାମ ନଗର ଦ୍ଵିତୀୟ ଲାଇନର ଅରୁଣ କୁମାର ନନ୍ଦ ବୋଲି ଜାଣିବାକୁ ମିଳିଛି।ତେବେ ଏମାନଙ୍କ ବିରୋଧରେ ସଦର ଥାନାରେ ୮୫/୨୧ ରେ ଏକ ମାମଲା ରୁଜୁ କରି US-20(b)(ii)(C)/25 NDPS act ଅନୁଯାୟୀ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ବୋଲି ଅତିରିକ୍ତ ଥାନା ଅଧିକାରୀ ବିଶ୍ୱନାଥ ଜାଲିଙ୍କ ଠାରୁ ସୂଚନା ମିଳିଛି।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here