ବେଲଗୁଣ୍ଠା ବଣିକ ସଂଘ ଉପଦେଷ୍ଟା ଙ୍କ ଅକାଳ ବିୟୋଗ

0
268

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ବେଲଗୁଣ୍ଠା ବଣିକ ସଂଘ ପୁର୍ବତନ ଉପସଭାପତି ତଥା ବର୍ତ୍ତମାନର ଉପଦେଷ୍ଟା କାଳୁଚରଣ ପଣ୍ଡାଙ୍କ ଅକାଳ ମୃତ୍ୟୁ ଘଟିଥିବା ଜଣାପଡିଛି ।ଗତକାଲି ବଣିକ ସଂଘ ବେଲଗୁଣ୍ଠାର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା ।ପୁର୍ବରୁ ଉପସଭାପତି ଥିବା ସ୍ୱର୍ଗତ ପଣ୍ଡା ଗତକାଲି ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ ।ଆଜି ସଂଧ୍ୟା ୫ଟା ସମୟରେ ନିଜ ଘର ପାଖରେ ଠିଆ ହୋଇଥିବା ବେଳେ ହଠାତ ତଳେ ପଡିଯାଇଥିଲେ ।ତାଙ୍କୁ ସଂଗେ ସଂଗେ ବେଲଗୁଣ୍ଠା ଡାକ୍ତରଖାନାକୁ ନିଆ ଯାଇଥିଲା ।ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ମୃତ୍ୟୁ ବେଳକୁ ତାଙ୍କୁ ୫୦ବର୍ଷ ବୟସ ହୋଇଥିଲା ।ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।ସେ ଜଣେ ବିଶିଷ୍ଟ ବ୍ୟବସାୟୀ ହେବା ସହ ଲୋକନାଥ ଭବନ ଲଜ୍ ର ମାଲିକ ଥିଲେ ।ତାଙ୍କ ମୃତ୍ୟୁରେ ବଣିକ ସଂଘ ସମେତ ବେଲଗୁଣ୍ଠା ସହରରେ ଶୋକର ଛାୟା ଖେଳିଯାଇଛି ।ତାଙ୍କ ମୃତ୍ୟୁ ଖବର ଶୁଣି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ ।ପ୍ରକାଶ ଥାଉ କି ବେଲଗୁଣ୍ଠା ବଣିକ ସଂଘ ସଭାପତି ସନ୍ତୋଷ କୁମାର ପାତ୍ର ଙ୍କ କିଛି ମାସ ତଳେ କରୋନାରେ ମୃତ୍ୟୁ ଘଟିଥିବା ।ସ୍ୱର୍ଗତ ପଣ୍ଡା ବଣିକ ସଂଘର ମଙ୍ଗ ଧରିଥିଲେ ।କିନ୍ତୁ ଆଜି ତାଙ୍କର ମୃତ୍ୟୁ ବେଲଗୁଣ୍ଠା ବଣିକ ସଂଘ ର ଅପୁରଣୀୟ କ୍ଷତି ଘଟିଲା ବୋଲି ଆଲୋଚନା ହେଉଛି । ତାଙ୍କ ମୃତୁ ଖବର ପ୍ରଚାରିତ ହେବାପରେ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here