ବର୍ଷା ଯୋଗୁଁ ବୁଡିଲା ଧାନ ବିଲ , ବେଗୁନିଆପଡା ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ

0
273

ବେଗୁନିଆପଡା: ଚଳିତବର୍ଷ ଅନିୟମୀତତା ବର୍ଷା ଯୋଗୁଁ ଚଳିତ ବର୍ଷ ଧାନ ଚାଷ ପ୍ରଭାବିତ ହୋଇପାରେ । ଚାଷ ଆରମ୍ଭରୁ ସ୍ୱଳ୍ପ ବର୍ଷା ଆଉ ଏବେ ଅତ୍ୟଧିକ ବର୍ଷା, ଚାଷ ନଷ୍ଟ ହେବାର ଭୟ କରିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚାଷୀ । ଅଗଷ୍ଟ ପ୍ରଥମ ସପ୍ତାହରେ ବର୍ଷା ଅଭାବରୁ ଚାଷ କାମ ଆଗେଇପାରୁନଥିଲା । ଏବେ କିନ୍ତୁ ଲଗାଣ ବର୍ଷାରେ ଚାଷ ଜମିରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି । ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଜମିରେ ଭର୍ତି ହୋଇଛି ବର୍ଷା ପାଣି । ଶ୍ରାବଣ ଆରମ୍ଭରୁ ବର୍ଷା ନଥିବା ବେଳେ ଏବେ ଲଗାଦାର ବର୍ଷା ଯୋଗୁଁ ଧାନ ଜମିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବେଗୁନିଆପଡା ବ୍ଲକର ଖଣ୍ଡିଆନଈ, ବଡ଼ ଖାଇରଖମା, ତାଳସର, ଚନ୍ଦନପୁର,ଚିଙ୍ଗୁଡ଼ିଖୋଲ ଆଦି ପଂଚାୟତର ବିଭିନ୍ନ ଅଂଚଳର ଖାଲୁଆ ଜମିରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଛି । ଫଳରେ ଧାନ ଗଛ ସଢି ଯିବାର ଆଶଙ୍କା ରହିଛି । ପ୍ରଥମରୁ ବର୍ଷା ନହେବାରୁ ବୋରିଂ ସାହାଯ୍ୟରେ ଚାଷୀ ଚାଷ କରିଥିଲେ । ହେଲେ ଏବେ ଲଗାଣ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here