ଅକିଡ ପେଡିଆଟ୍ରିକ ଥେରାପି ସେଣ୍ଟର୍ରର ସ୍ଵନକ୍ଷତ୍ର ଉତ୍ସବ

0
178

ବ୍ରହ୍ମପୁର : ବ୍ରହ୍ମପୁର ଟାଉନ ହଲ ଠାରେ, ଅକୀଡ଼ ପେଡ଼ିଆଟ୍ରିକ ଥେରାପି ସେଣ୍ଟରର ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଅଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ପେସିଆଲ ସ୍କୁଲର ପିଲାମାନଙ୍କୁ ନେଇ ଆୟୋଜିତ ହୋଇଥିବା ପ୍ରତିଯୋଗିତାର ଫଳ ପ୍ରକାଶନ ତଥା ପୁରଷ୍କାର ବିତରଣ କରାଯାଇଥିଲା। ଏହା ସହିତ ମା’ ଓ ଶିଶୁଙ୍କର ଅତୁଟ ବନ୍ଧନକୁ ନେଇ ରାମ୍ପ ସୋ ର ଆୟୋଜନ କରାଯାଇଥିଲା। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ କର୍ପୋରେଟର ଡ ସୋନାଲି ଗନ୍ତାୟତ, ଦିନେଶ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଏହା ସହିତ ବ୍ରହ୍ମପୁରର ବିଭିନ୍ନ ଶିଶୁ ବିଶେଷଜ୍ଞ ଯଥା ଡ଼ା. ରବି ଶତପଥୀ, ଡ଼ା. ହେମନ୍ତ ସିଂ, ଡ଼ା. ନୀଳମାଧଵ ପଣ୍ଡା ତଥା ମନୋଚିକିତ୍ସକ ଡ଼ା. ସ୍ୱାତୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟ ଅତିଥି ରୂପେ ଅବିରେଶ ମହାପାତ୍ର, ସୀମା ଚୌଧୁରୀ, ଅସୀମ ପତି, ସାଇ ଶଙ୍କର ପତି, କେ ତରୁଣ, ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁଓ ଟ୍ଵିଙ୍କିଲ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।
ଶେଷରେ ସଚ୍ଚୀନ୍ଦ୍ର ପ୍ରସାଦ ଦାଶ ଓ ଆକିଡର ପ୍ରମୁଖ ଡ଼ା. ସ୍ୱାତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ପ୍ରିନ୍ସ ଡାନ୍ସ ଏକାଡେମୀ, ରକଷ୍ଟାର ଡାନ୍ସ ଗ୍ରୁପ ଓ ଅକିଡ଼ ଡାନ୍ସ ଗ୍ରୁପ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here