ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ଏସ.ଛଚିନା ଓ ଷଣ୍ଢମୁଳ ଠାରେ ଧାନମଣ୍ଡି ଉଦ୍‌ଘାଟିତ

0
278

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏସ. ଛଚିନ ସେବା ସମବାୟ ସମିତି ଓ ଷଣ୍ଢମୂଳ ସେବା ସମବାୟ ସମିତିରେ ବୁଧବାର ଦିନ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ମଣ୍ଡି ମାଧ୍ୟମରେ ଖରୀଫ ଧାନ କ୍ରୟ ପାଇଁ ସହକାରୀ ନିବନ୍ଧକ ସୁକାନ୍ତ କୁମାର ପାଢୀ ଓ ବେଗୁନିଆପଡା ବିଡ଼ିଓ ବେଦବର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ନିୟମ ମୁତାବକ ଚାଷୀ ପ୍ରତିବସ୍ତା ପିଛା ୭୫ କେଜିରୁ ଅଧିକ ଧାନ ଦେବେ, ଯଦି କେହି ଅଧିକ ଧାନ ଦାବୀ କରନ୍ତି ତେବେ ସେମାନଙ୍କୁ ଅବଗତ କରାଇବା ନେଇ ବିଡିଓ ମତ ରଖିଛନ୍ତି । ଏହି ଉଦଘାଟନ ରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ନାୟକ, ସମବାୟ ସଭାପତି ସୀମାଞ୍ଚଳ ବିଷୋୟୀ,ରବି ନାରାୟଣ ପଣ୍ଡା, ରଙ୍କ ନାଥ ସ୍ବାଇଁ, ସମ୍ପାଦକ ନିଳାଞ୍ଚଳ ନାୟକ ,ବୁଲା ଡାକୁଆ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରତି ସମିତି ରେ ଜଣେ ଲେଖାଏଁ ଚାଷୀ ଠାରୁ ୫୦କ୍ୱିଣ୍ଟାଲ ଧାନ କ୍ରୟ କରି ସଙ୍ଗେ ସଙ୍ଗେ ସେମାନଙ୍କ ବ୍ୟାଙ୍କ ଖାତାକୁ ୯୩ ହଜାର ୪୦୦ ସହ ଟଙ୍କା ପଠା ଯାଇଛି । ଟୋକେନ ଅନୁସାରେ ଆଜି ଜଣେ ଚାଷୀଙ୍କ ୫୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା ବେଳେ ଅଞ୍ଚଳର ବହୁ ଚାଷୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here