ମୋ ଗୋପାଳପୁର ଅଭିଯାନ, ବେଳଭୂମିକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସଚେତନତା

0
870

ଗୋପାଳପୁର,୦୯/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଦକ୍ଷିଣ ଓଡ଼ିଆର ଏକ ପରିଚିତ ପର୍ଯ୍ୟଟନ ସ୍ଥଳୀ ଗୋପାଳ ପୁର। ଯେଉଁଠିକି ପ୍ରତ୍ୟକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମେ । ବେଳଭୂମିର ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ଛୁଟି ଆସୁଛନ୍ତି ପର୍ଯ୍ୟଟକ। ତେବେ ବେଳଭୂମି ପରିସରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେବେ ଏଭଳି ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳିକୁ ସ୍ୱଚ୍ଛ ଓ ସୁନ୍ଦର କରିବା ସହ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମୋ ଗୋପାଳପୁର ଅଭିଯାନ।

ଏହି ଅଭିଯାନ ମାଧ୍ୟମରେ ବେଳାଭୂମିର ଚାରି ପାଖରେ ଦୀର୍ଘ ଦିନ ଧରୀ ପଡିରହିଥିବା ପ୍ଲାଷ୍ଟିକ ଓ ପୋଲିଥିନ ଭଳି ଅଳିଆ ଆବର୍ଜନା କୁ ସଫା କରାଯାଇଥିଲା। ଏହା ସହ ବେଳାଭୂମି ପରିସରକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ସୁନ୍ଦର ବେଳାଭୂମି ଗଢି ତୋଳିବାକୁ ସାଧାରଣ ଲୋକଙ୍କୁ ଏହି ଅଭିଯାନ ମାଧ୍ୟମରେ ସଚେତନତା ର ବାର୍ତା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଆୟୋଜିତ କାର୍ୟ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବ୍ରହ୍ମପୁର ବିଧାୟକ ବିକ୍ରମ ପାଣ୍ଡା , ଛତ୍ରପୁର ବିଧାୟକ ସୁବାସ ବେହେରା , ଗୋପାଳ ପୁର ବିଧାୟକ ଡ଼ ପ୍ରଦୀପ ପାଣିଗ୍ରାହୀ ,ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ , ଅତିରିକ୍ତ ଜିଲ୍ଲାପାଳ ,ଗୋପାଳପୁର ଏନ ଏ ସି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ବ୍ରହ୍ମପୁର ସହରରେ ଦୀର୍ଘ ଦିନ ଧରି ଚାଲିଥିବା ଟିମ କ୍ଲିନ ସିଟି ଅଭିଯାନ ସଦସ୍ୟ , ଗୋପାଳପୁର ର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବହୁ ସାଧାରଣ ଜନତା ଏହିବେଳାଭୂମି ସଫେଇ ଅଭିଯାନ ରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here