ବ୍ରହ୍ମପୁରରେ ପୁଣି ନକଲି ଗୁଟଖା କାରଖାନା ଠାବ। ଯନ୍ତ୍ରପାତି ସହ କଞ୍ଚାମାଲ ସହ ଜଣେ ଗିରଫ।

0
692

ବ୍ରହ୍ମପୁର,୦୯/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର ସହରରେ ରୀତିମତ ବିଭିନ୍ନ ସାମଗ୍ରୀର ନକଲି ତଥା ଚୋରା କାରବାର ଚାଲିଥିବାବେଳେ ନିୟମିତ ବ୍ୟବଧାନରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଛି। ତେବେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏହି କାରବାରକୁ ରୋକିବା ସମ୍ଭବପର ହେଉନାହିଁ। ସବୁଠାରୁ ବଡ଼କଥା ହେଉଛି ଏହି ନକଲି ବା ଚୋରା କାରବାର ସାଧାରଣତଃ ବଡବଜାର ଓ ସଦର ଥାନା ଇଲାକାରେ ହୋଇଥାଏ। ଏବଂ କିଛିଦିନର ନୀରବତା ପରେ ବର୍ତ୍ତମାନ ଉଭୟ ଥାନା ପୋଲିସ ସକ୍ରିୟ ହୋଇଉଠିଛି। ଗତ କିଛିଦିନ ହେଲା କ୍ରମାଗତ ନକଲି ଗୁଟଖା କାରବାର ଉପରେ କଡାନଜର ରଖି ଚଢ଼ାଉ ଜାରି ରଖିଛନ୍ତି।

ଗତକାଲି ସନ୍ଧ୍ୟା ୮:୩୦ ସମୟରେ ସଦର ଥାନା ଅନ୍ତର୍ଗତ ବାଉଁସିଆପଲ୍ଲୀରେ ଚାଲିଥିବା ଏକ ନକଲି ଗୁଟଖା କାରଖାନାର ସନ୍ଧାନ ପାଇ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରୁ ଗୁଟଖା ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ ଗୋଟିଏ ବ୍ୟାଗ,୨୧ ବ୍ୟାଗ କିରଣ ଡିଲକ୍ସ ମିକ୍ସ ଗୁଟୁଖା,୧୩ଟି କେନିଅନ ଡିଲକ୍ସ ମିକ୍ସ ରପେର ରୋଲ ଆଦି ପୋଲିସ ଜବତ କରିଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ବଡବଜାର ଅଂଚଳର କାଳୁପାତ୍ର ସାହିର ରବୀନ୍ଦ୍ର ସାହୁ (ବୟସ ୪୦) ବୋଲି ଜଣାପଡିଛି ଏବଂ ବ୍ରହ୍ମପୁର ସଦର ଏସ୍ଡିପିଓ ଶ୍ରୀ ଜୟନ୍ତ ମହାପାତ୍ର ଗିରଫ କରିଥିବା ସୂଚନା ଦେଇଛନ୍ତି। ଏହାକୁ ଭିତି କରି କେସ (ନଂ୧୯୭/୮.୮.୧୯) ରୁଜୁ ହୋଇଛି

LEAVE A REPLY

Please enter your comment!
Please enter your name here