ଅବକାରୀ ଚଢ଼ାଉ ଜଣେ ଗିରଫ

0
306

ଦିଗପହଣ୍ଡି(ନ୍ୟୁଜ ଏକ୍ସଟ୍ରା) ଵ୍ରହ୍ମପୁର ଅବକାରୀ ସୁପରିଟେଣ୍ଡଣ୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଦିଗପହଣ୍ଡି ଥାନାଞ୍ଚଳର ବାଟମହୁଲପଡା ଓ ଗୁହାଲପୁରତୋଟା ଗାଁରେ ଅତର୍କିତ ଚଢ଼ାଉ କରାଯାଇ ୮ଶହ ଲିଟର ଗୂଡ଼ମିଶ୍ରିତ ପୋଚ ଏବଂ ୧୮ଲିଟର ରନ୍ଧା ଦେଶୀମଦ ଜବତ କରାଯିବା ସହ ନଷ୍ଟ କରାଯାଇଛି। ଏସଙ୍କ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ତିରୁପତି ରେଡ୍ଡିଙ୍କୁ ଗିରଫ କରଯାଇ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେତୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

LEAVE A REPLY

Please enter your comment!
Please enter your name here