ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜିତ

0
397

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୈରପରିଷଦ ଅଧିନସ୍ଥ ବଡ଼ ନମ୍ବର ୪, ରେ ଥିବା ସମାଜ ସେବକ ସଂଘ, କବିଚନ୍ଦ୍ର ସାହି ସ୍ଥିତ କବିଚନ୍ଦ୍ର ପାଠାଗାର ପରିସରରେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ବିଶାଖପାଟଣା ର ବିଶିଷ୍ଟ ଅସ୍ଥିସଲ୍ୟ ବିଶେଷଜ୍ଞ ଡ଼ାକ୍ତର ରବିଚନ୍ଦ୍ର ଭାଟିପାଲ୍ଲି ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡିର ଅଗ୍ରଣୀ ସଂଗଠନ କ୍ରିଏଟିଭ ଆର୍ଟସ ସହଯୋଗ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ରେ କ୍ରିଏଟିଭ ଆର୍ଟସ ସଭାପତି ନୃସିଂହ ଚରଣ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ, ଓ ଡ଼ାକ୍ତର ରବିଚନ୍ଦ୍ର ଉପସ୍ଥିତ ଥିବା ବେଳେ ଡ଼ାକ୍ତର ପ୍ରଥମେ ସ୍ଵାସ୍ଥ୍ୟ ସମସ୍ୟା ର କାରଣ ସମ୍ପର୍କ ରେ ଜଣାଇଥିଲେ, ଓ ଗଜପତି ଜିଲ୍ଲା ରୁ ବହୁ ମାତ୍ର ରେ ବିଶାଖାପାଟଣା ରେ ସେ ଚିକିତ୍ସା କରୁଥିବା ରୁ ଗଜପତି ବାସୀ ଙ୍କୁ କିଛି ସେବା ଉଦ୍ଦେଶ୍ୟରେ ଆଜି ଆସିଥିବା କହିଥିଲେ। ୪୨ଜଣ ବ୍ୟକ୍ତି ସ୍ଵାସ୍ଥ୍ୟ ସମସ୍ୟା ଜଣାଇ ବିନା ମୂଲ୍ୟରେ ଡ଼ାକ୍ତର ପରାମର୍ଶ ନେଇଥିଲେ। ଡ଼ାକ୍ତର ଙ୍କ ସେବା ମନୋଭାବ ପାଇଁ ସହଯୋଗୀ ଅନୁଷ୍ଠାନ ସଭାପତି ସାଧୁବାଦ ଜଣାଇଥିଲେ,

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here