ମାଣିକପୁରରେ ଗୁଳି ଚାଳନା, ଯୁବକ ଗୁରୁତର

0
329

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ତୋଟା ସାହିରେ ଗତକାଲି ରାତି ୯ ଟାରେ ଗୁଳି ଚାଳନା ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଭାଳିଆଝର ଗ୍ରାମର ଜିତେନ୍ଦ୍ର ବାରିକ ମାଣିକପୁର ଗ୍ରାମର ତୋଟା ସାହିରେ ଥିବା ନିଜ ମଉସା ମଙ୍ଗୁଳୁ ଦୁହୁଡ଼ିଙ୍କ ଘରକୁ ଆସିଥିଲେ । ଆସନ୍ତା କାଲି ମାଆ ରାହାଣ ଦେବୀ ମନ୍ଦିରରେ ନିଜ ମାମୁଙ୍କ ଝିଅ କୁ ବିବାହ କରିଥାନ୍ତେ । ଆଜି ରାତି ୯ ଟାରେ ମଙ୍ଗୁଳୁଙ୍କ ଘର ବାରଣ୍ଡାରେ ଛିଡ଼ା ହୋଇ ମୋବାଇଲ ରେ କଥା ହେଉଥିବା ସମୟରେ କେହି ଅଜଣା ଦୁର୍ବୁତ୍ତ ଆସି ପଛ ପଟୁ ବମ୍ ପକାଇବା ସହ ଗୁଳି ଚଳାଇଥିବା ଜଣାପଡ଼ିଛି । ବମ୍ ଫୁଟିବା ଦ୍ବାରା ଘର ବାହାରେ  ଗୁହାଳରେ ବନ୍ଧା ହୋଇଥିବା ଗାଇ ଦେହରେ ବାଜିଥିଲା । ଜିତେନ୍ଦ୍ରଙ୍କ ଦେହରେ ଗୋଟିଏ ରାଉଣ୍ଡ ଗୁଳି ପିଠିରେ ବାଜି ପେଟ ପଟେ ବାହାରି ଯାଇଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡ଼ିଛି । ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ଜିତେନ୍ଦ୍ରଙ୍କ ଦୁଇଟି ମାଆ ଥିବାରୁ ପୈତୃକ ସମ୍ପତ୍ତି ଭାଗ ବଣ୍ଟା କୁ ନେଇ ଏହି ଗୁଳି ଚାଳନା ହୋଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଖଲ୍ଲିକୋଟ ଥାନା ଏସ୍ଆଇ କ୍ଷେତ୍ରମୋହନ ସାହୁ ଘଟଣା ସ୍ଥଳରେ ପହଞ୍ଚି ଖୋକା ସହ ଫୁଟା ଗୁଳିକୁ ଜବତ କରିଥିବା ବେଳେ ଅଧିକ ତଦନ୍ତ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here