ବ୍ରହ୍ମପୁର ନିକଟସ୍ଥ ଗ୍ରାମ ଘୋଷିତ ହେଲା କରୋନା ହଟସ୍ପଟ

0
476

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ବାଘମାଟି ପଞ୍ଚାୟତର ମାଟିଆ ସାହି ଗ୍ରାମ କରୋନା ହଟସ୍ପଟ ଘୋଷଣା ହୋଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାଦେୟ ଭାଉ ସାହେବଙ୍କ ନିର୍ଦ୍ଦେଶ କ୍ରମେ ଏହି ଗ୍ରାମକୁ ସିଲ୍ କରିବା ସହ ଗ୍ରାମକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ହୋଇଛି । ଭୁବନେଶ୍ୱରର ଏକ ହଟସ୍ପଟ୍ ଅଞ୍ଚଳରୁ ପ୍ରାୟ ୧୩୦ଜଣ ଲୋକ ମାଟିଆ ସାହିକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । କୁକୁଡ଼ାଖଣ୍ଡି ତହସିଲଦାରଙ୍କୁ ଏଗଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଦାୟିତ୍ୱ ଏବଂ ଗୋଳନ୍ଥରା ଥାନା ଅଧିକାରୀଙ୍କୁ ଚେକପୋଷ୍ଟ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି ଅଞ୍ଚଳରେ ଲକଡାଉନକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି । ଯାନବାହନ ଚଳାଚଳ ଉପରେ ମଧ୍ୟ କଟକଣା ଜାରି ହୋଇଛି ଏବଂ ଗାଁ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here