ନୂଆପଡ଼ାରେ ବିଶ୍ଵ ଏଡସ ଦିବସ ପାଳିତ

0
365

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ବିଶ୍ଵ ଏଡସ ଦିବସ ପାଳନ ।କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେଡ ରିବନ କ୍ଳବ,ଯୁବ ରେଡକ୍ରସ ଏବଂ ଅରୁଣା ମିଳିତ ଆନୁକୂଲ୍ୟରେ ନୂଆପଡା ଗ୍ରାମରେ ପାଳିତ ହୋଇଯାଇଛି |ଏହି ଅବସରରେ ପଥପ୍ରାନ୍ତ ସଭା, ପଥପ୍ରାନ୍ତ ନାଟକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା |ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ସଚେତନତା ସଭାରେ ବେଲଗୁଣ୍ଠା ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର ମୁଖ୍ୟଅତିଥିରୂପେ ଯୋଗ ଦେଇ ସୁରକ୍ଷିତ ଜୀବନ ଯାପନ କରିବାକୁ ପରାମର୍ଶ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ଅରୁଣାର ସମ୍ପାଦିକା ସୌଦାମିନୀ ରଥ, ସୁନିତା ସାହୁ, ଆସିକା ବିଜ୍ଞାନ ମହାବିଦ୍ୟାଳୟ ଯୁବରେଡକ୍ରସ ଉପଦେଷ୍ଟା ଦେବବ୍ରତ ସାହୁ, ବେଲଗୁଣ୍ଠା ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ସରପଞ୍ଚ ରାଜେନ୍ଦ୍ର ଗୌଡ଼, ପ୍ରହଲ୍ଲାଦ ଲେଙ୍କା, କୁଞ୍ଜବିହାରୀ ନାୟକ, ଯୁବ ସଂଘଟକ ବିଭୁ ପାଦ ଜେନା, ବକ୍ତବ୍ୟ ପ୍ରଦାନ କରିଥିଲେ |ଜ଼ିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓ ସ୍ୱାଗତ ଭାଷଣ ଦେଇଥିଲେ |ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏଡ୍ସ ସମ୍ପର୍କୀୟ ନାଟକ ପରିବେଷଣ କରାଯାଇଥିଲା |ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା |ଏଥିରେ ସିଂକୁ, କାହ୍ନ, ମହେନ୍ଦ୍ର,ସାଗର,ସମୀର, ପୂଜା, ତପସ୍ୱିନୀ, ଗୁଣାମ୍ବରୀ, ଚାନ୍ଦିନୀ, ଶୁଭସ୍ମିତା, ସ୍ମୃତି, ଚନ୍ଦ୍ର
ଭାଗ ନେଇଥିଲେ |ଏହି କାର୍ଯ୍ୟକ୍ରମ ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ଦ୍ୱାରା ପ୍ରାୟ ଜିତ ଥିଲା |

LEAVE A REPLY

Please enter your comment!
Please enter your name here