ନାଟଙ୍ଗାରେ ମୋ ସ୍ୱାଭିମାନ ସ୍ୱଛ ଗଂଜାମ କାର୍ଯ୍ୟକ୍ରମ

0
266

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ବଡଦାଣ୍ଡଠାରେ ସରପଞ୍ଚ ପ୍ରହଲାଦ ଲେଙ୍କା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହା ସହ ବଡଦାଣ୍ଡ ମନ୍ଦିର ପାର୍ଶ୍ୱ ରାସ୍ତା, ବିଭିନ୍ନ ସାହି କୁ ଗୋଷ୍ଠୀ ଉନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର ନିଜେ ମଇଳା ସଫାକରି ଶୁଭାରମ୍ଭ କରିଥିଲେ । ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀ ଲେଙ୍କା ସାମିଲ ହୋଇଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ 100 ଦିନର ସ୍ୱଚ୍ଛତା କାର୍ଯ୍ୟ କରିବାକୁ ଶପଥ ନେଇଥିଲେ ।ଏଥିରେ ବ୍ଲକ ନୋଡାଲ ଅଧିକାରୀ ଚନ୍ଦ୍ର ହାସ ସରାଵ, କନିଷ୍ଠ ଯନ୍ତ୍ରୀ ନବୀନ କୁମାର ମାଝୀ, peo ବିଦ୍ୟାଧର ସେଠି, ଯୋଗାଣ ସହାୟକ ଅନ୍ତର୍ଜାମି ବେହେରା, ଗ୍ରାମ ରୋଜଗାର ସେବକ ସୁଶାନ୍ତ ଦାଶ,ପାନିଅ ଜଳ ଯୋଗାଣ ଓ ପରିମଳ କନିଷ୍ଠ ଯନ୍ତ୍ରୀ, ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ରେଡି, ସମସ୍ତ ଶିକ୍ଷକ, ଆଶା ଓ ଅଙ୍ଗନାବାଡି କର୍ମୀ ,କୋଭିଡ ସେର୍ଚ୍ଛାସେବୀ, ଗ୍ରାମ ପରିଚାଳନା କମିଟି ସହଯୋଗ କରିଥିଲେ । ବେଣୀପୋଲି ସମିତି ସଭ୍ୟ ଦୁର୍ଗା ମାଧବ ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।ଗ୍ରାମ ବାସୀଙ୍କୁ ବିଡ଼ିଓ ଶ୍ରୀ ମହାପାତ୍ର ଗ୍ରାମକୁ ସ୍ୱଚ୍ଛ ରଖିବାକୁ ଶପଥ ପାଠ କରାଇଥିଲେ । ସେହିପରି ଅଧ୍ୟାପକ ଦିବ୍ୟ ଲୋଚନ ବିଶ୍ୱାଳ ନାଟଙ୍ଗାର ଜଣାଶୁଣା ଯୁବ ସମାଜ ସେବୀ ହରିବନ୍ଧୁ ଲେଙ୍କା ଉପସ୍ଥିତ ଥିଲେ ।
ଫୋଟୋ

LEAVE A REPLY

Please enter your comment!
Please enter your name here