ଦୈନିକ ଖବରକାଗଜ ‘ସକାଳ’ର ଶୁଭାରମ୍ଭ

0
373

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଆଜି ଏକ ନିର୍ଭୀକ,ସ୍ୱଚ୍ଛ ଏବଂ ତାଜା ଖବରକାଗଜ ‘ସକାଳ’ର ଶୁଭ ଆରମ୍ଭ ଗିରି ରୋଡ଼ ଠାରେ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଖବରକାଗଜ ବିତରକ ସଙ୍ଘର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ବସନ୍ତ ପଣ୍ଡା,’ସକାଳ’ଖବରକାଗଜର ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଜଗନମୋହନ ମହାପାତ୍ରଙ୍କ ସମେତ ବିଜେଡି ନେତା ତୁମ୍ଭ ପଣ୍ଡା,ଯୁବ ନେତା ଆର ମୁରଲୀ ମୋହନ,ଚିରଞ୍ଜିତ ରାଜଗୁରୁ, ଦୀପକ ପଣ୍ଡା, ଦେବହରି ବେହେରା,ଗୋପାଳ ରେଡି ଏବଂ ବ୍ରହ୍ମପୁର’ସକାଳ’ କାର୍ଯ୍ୟଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ବ୍ରହ୍ମପୁର ଖବରକାଗଜ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ‘ସକାଳ’ ଖବରକାଗଜକୁ ସହରର ପ୍ରତି କୋଣ ଏବଂ ଅନୁକୋଣକୁ ପଠାଇବାର ପ୍ରୟାସ ଆରମ୍ବ କରିଥିଲେ ।

LEAVE A REPLY

Please enter your comment!
Please enter your name here