ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପକ୍ଷରୁ ୨୬ ତମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
330

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଆଜି ବିଶ୍ୱ ଏଡସ୍ ଦିବସ । ଏହି ଉପଲକ୍ଷେ ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପକ୍ଷରୁ ୨୬ ତମ ସଚେତନତା କାର୍ଯ୍ୟକ୍ରମ ବ୍ରହ୍ମପୁର ରେଲୱେ ସ୍ଟେଶନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ମୁଖ୍ୟ ଅତିଥି ରୂପେ ପତାକା ଦେଖାଇ ସଚେତନତା ରଥ କୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ରଥ ଆଗାମି ୧୭ଦିନ ମଧ୍ୟରେ ଜିଲ୍ଲାର ଆସ୍କା, ହିଞ୍ଜିଳିକାଟୁ, ପୋଲସରା, ବେଗୁନିଆପଡା,ଖଲ୍ଲିକୋଟ, ପୁରୁଷୋତ୍ତମପୁର ଏବଂ ବେଲଗୁଣ୍ଠା ପରିକ୍ରମା କରି ସାଧାରଣ ଜନତାଙ୍କୁ ଏଡସ୍ ଓ କୋରୋନ ବିଷୟରେ ସଚେତନତା କରାଇବ । ୨୦୩୦ ସୁଦ୍ଧା ସମଗ୍ର ବିଶ୍ୱକୁ ଏଡସ୍ ମହାମାରୀ କବଳରୁ ରକ୍ଷା କରିବା ପାଇଁ ମିଳିତ ଜାତିସଂଘ ତରଫରୁ ପରାମର୍ଶ ଦିଆଯାଇଛି। ଯାହାକୁ ଦୃଷ୍ଟିରେ ଚଳିତବର୍ଷ “ବିଶ୍ଵ ଭାତୃତ୍ଵ ଓ ସହଭାଗୀତା” ବାର୍ତା କୁ ବ୍ୟାପକ ରୂପେ ପ୍ରଚାର କରାଯିବ । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଦସ୍ତଖତ ଅଭିଯାନକୁ ଅନୁଷ୍ଟାନିକ ରୂପେ ଶୁଭାରମ୍ଭ କରିବା ସହ ପୋଲିଓ ଉପରେ ଆମେ ଯେପରି ଶତ ପ୍ରତିଶତ ବିଜୟ ହାସଲ କରିପାରିଲେ ସେହିପରି ଦିନ ଆସିବ ଏଡସ୍ ସଂକ୍ରମଣ କୁ ରୋକାଯାଇପାରିବା ବୋଲି ମତ ରଖିଥିଲେ । ଅରୁଣାର ପ୍ରକଳ୍ପ ନିର୍ଦେଶକ ଲୋକନାଥ ମିଶ୍ର ଜିଲ୍ଲା ତଥା ରାଜ୍ୟରେ ପିପିଟିସିଟି ପ୍ରକଳ୍ପ ର ସଫଳତା ଯୋଗୁଁ ଗର୍ଭବତୀ ମା ଠାରୁ ଜନ୍ମିତ ଶିଶୁଙ୍କୁ ଏଡସ୍ ସଂକ୍ରମଣ କୁ ସମ୍ପୂର୍ଣ ରୋକାଯାଇ ପାରିଛି ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅରୁଣା ର ସଭାପତି ପଦ୍ମନାଭ ଦାଭେ, ସମ୍ପାଦିକା ସୌଦାମିନୀ ରଥ, ସମାଜସେବୀ ସତିଶ କୁମାର ପାନିଗ୍ରାହୀ, ସୁକାନ୍ତ ଆଚାର୍ଯ୍ୟ, ଦେବିଦତ୍ତ ରଥ, ସୁସ୍ମିତା ଭୋଇ, ନୀଳାମ୍ବର ପାତ୍ର, ସନ୍ତୋଷ ପ୍ରଧାନ,ମନୋଜ ବେହାର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here