ନୟାଗଡ ପରୀ ହତ୍ୟା ପାଇଁ ନ୍ୟାୟ ମାଗିଲା କବିସୂର୍ଯ୍ୟନଗର ର ପରୀ

0
304

ଗଞ୍ଜାମ(ଭଞ୍ଜ କିଶୋର ମହାରଣା)ନୟାଗଡ ଜିଲ୍ଲାର ପରୀ ହତ୍ୟା କାଣ୍ଡକୁ ଦିନ ପରେ ଦିନ ବିତିଯାଇଥିଲେ ମଧ୍ୟ ଅ।ଜି ସୁଦ୍ଧା ପ୍ରକୃତ ହତ୍ୟାକାରୀକୁ ପୋଲିସ ଧରିବାରେ ସଫଳ ହୋଇପାରିଲା ନାହିଁ । ତେବେ ପରୀକୁ ନ୍ୟାୟ ଦେବା ପାଇଁ ଏବେ ସାରା ବିଶ୍ଵରେ ସ୍ଵର ଉଠୁଥିବା ବେଳେ ଗତ 2018 ମସିହାରେ ଓଡିଶା ପୋଲିସ ବିଭାଗ ପକ୍ଷରୁ ରାଜ୍ୟର ସବୁ ଅଂଚଳରେ ହୋଇଥିଲା ପରୀ କାର୍ଯ୍ୟକ୍ରମ । ତେଵେ କବିସୂର୍ଯ୍ୟନଗର ପରୀ କାର୍ଯ୍ୟକ୍ରମରେ ପରୀ ସାଜିଥିବା ସ୍ନେହାସ୍ନିଦ୍ଧା ଦାଶ ଏବେ ନୟାଗଡର ପରୀ ପାଇଁ ମାଗିଛନ୍ତି ନ୍ୟାୟ । ସେ ଏବେ ଅ।ସିକା ଅ।ରିୟନ ପବ୍ଲିକ ସ୍କୁଲରେ ଷ୍ଟାଣ୍ଡାଟ ଟୁ ରେ ପାଠ ପଢୁଥିବା ବେଳେ ନୟାଗଡ ପରୀ ହତ୍ୟା ଘଟଣାର ତୁରନ୍ତ ତଦନ୍ତ କରାଯାଇ ହତ୍ୟାକାରୀକୁ ଧରିବା ପାଇଁ ଏକ ଭିଡିଓ ମାଧ୍ୟମରେ ନ୍ୟାୟ ଭିକ୍ଷା କରିଛନ୍ତି । ତାଙ୍କରି ଏହି ଭିଡିଓ ଏବେ ବହୁ ମାତ୍ରାରେ ଭାଇରାଲ ହୋଇଥିବା ବେଳେ ଏତେ କମ ବୟସରୁ ଏହିଭଳି ବାର୍ତ୍ତାକୁ ନେଇ ସବୁଠେ ପ୍ରଂଶସାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here