ୱାର୍ଡ ୬ ରେ ନାମ ସଂକୀର୍ତ୍ତନ ଗୃହ ଉଦଘାଟନ କଲେ ବିଧାୟକ

0
306

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନଂ ୱାର୍ଡ ହରିଶରଣ ପୁର ଶାସନ ରେ ନୂତନ ଭାବେ ନିର୍ମିତ ନାମ ସଂକୀର୍ତ୍ତନ ଗୃହକୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ନଭେମ୍ବର ୩୦ ତାରିଖ ଦିନ ଉଦଘାଟନ କରିଛନ୍ତି। ବିଧାୟକ ଶ୍ରୀ ସାହୁଙ୍କୁ ୬ ନଂ ୱାର୍ଡ ଜନସାଧାରଣଙ୍କ ପକ୍ଷରୁ ବନ୍ଦାପନା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ପାଛୋଟି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀଙ୍କ ସମେତ ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଓ ୬ ନଂ ୱାର୍ଡର ବହୁ ଜନସାଧାରଣ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here