ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ୧୫ତମ ସାଧାରଣ ବୈଠକ ଅନୁଷ୍ଠିତ

0
136

ବ୍ରହ୍ମପୁର:ବ୍ରହ୍ମପୁର ସହର ନିକଟ ଗୋପାଳପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଗୁରୁଣ୍ଠି ସ୍ଥିତ ଟେକ୍ନସିଟି ଠାରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ୧୫ ତମ ସାଧାରଣ ବୈଠକ ବ୍ରାହ୍ମଣ ମହାସଭାର ନିଜସ୍ବ କାର୍ଯ୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି।ବ୍ରାହ୍ମଣ ମାନଙ୍କ ବିଭିନ୍ନ ସମସ୍ୟାର ସଂମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବା ସହ ବ୍ରାହ୍ମଣ ମାନଙ୍କୁ ନେଇ କରାଯାଇଥିବା ବିଭିନ୍ନ ବ୍ରାହ୍ମଣ ସଂଗଠନ ଗୋଟିଏ ବ୍ଯାନରରେ ଏକତ୍ରିତ ହୋଇ ନିଜର ନ୍ୟାଯ ଦାବୀକୁ ସରକାରଙ୍କ ଠାରେ ଉପସ୍ଥାପିତ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା।ବ୍ରାହ୍ମଣ ମାନଙ୍କ ସୁରକ୍ଷା ଓ ସାମଜିକ ନିରାପତ୍ତା ନିମନ୍ତେ ଏକ ଆଇନ ସେଲ ଗଠନ ନିମନ୍ତେ ମଧ୍ଯ ସ୍ଥିର କରାଯାଇଥିଲା।ଆଗାମୀଦିନରେ ପୁଣି ସମସ୍ତ ବ୍ରାହ୍ମଣ ସଂଗଠନକୁ ନେଇ ମହାସଭା ,କାର୍ଯ୍ୟପନ୍ଥା ପାଇଁ ସ୍ଥିର କରାଗଲା।ଏହି ସଭାରେ ବରିଷ୍ଠ ବ୍ୟକ୍ତିତ୍ବ ତଥା ଏହି ମହାସଭାର ପୂର୍ବତନ ସଭାପତି କିଶୋର ଚନ୍ଦ୍ର ପଣ୍ଡା,ମହନ୍ତ ହରିହର ଦାସ ମହାରାଜ,ଆଇନଜୀବୀ ପିତବାସ ପଣ୍ଡା,ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା,ଆଇନଜୀବୀ ଗଜାନନ ତ୍ରିପାଠୀ,ଜଗନ୍ନାଥ ପାଢୀ,ଭାଗବତ ଭାସ୍କର ବିଜୟ ପାଢୀ,ବନମାଳୀ ସାମନ୍ତରା, ସୁଶାନ୍ତ ଶେଖର କର,ମନୋଜ ପାଣିଗ୍ରାହୀ,ବ୍ଯୋମକେଶ ଉପାଧ୍ୟାୟ, ସଭାପତି ଲକ୍ଷ୍ମୀନାରାୟଣ ଚୌଧୁରୀ,ଉପ ସଭାପତି ଶିକ୍ଷାବିତ ଶଙ୍କର୍ଷଣ ପାତ୍ର , ସାଧାରଣ ସଂପାଦକ ଲକ୍ଷ୍ମଣ ଚୌଧୁରୀ,ବରିଷ୍ଠ ଆଇନଜୀବୀ ସଂଜିତ ପାଣିଗ୍ରାହୀ କର୍ପୋରେଟର ନୀଳକଣ୍ଠ ସାହୁ,ପ୍ରତାପ ମିଶ୍ର,ଗଙ୍ଗାଧର ଶତପଥୀ ମଞ୍ଚାସୀନ ଥିଲେ।ଅନ୍ଯମାନଙ୍କ ମଧ୍ଯରେ ସଂଗଠନ ସଭାପତି ଅନିଲ କୁମାର ଚୌଧୁରୀ,କୋଷାଧକ୍ଷ ତଥା ସମ୍ବାଦିକ ଦୀପକ କୁମାର ପଣ୍ଡା,ପୂର୍ବତନ ସମ୍ପାଦକ ରାଜେନ୍ଦ୍ର କୁମାର ପଣ୍ଡା, ଆଇନଜୀବି ଶିବପ୍ରସଦା ମିଶ୍ର, ସାମ୍ବାଦିକ ରାଜୁ ପଣ୍ଡିତ ମହାନଗର ବିଜେଡି ଯୁବ ସଭାପତି ଅଜିତ କୁମାର ପଣ୍ଡା,ବିଜେଡି ଜୋନ ସଭାପତି ଜ୍ୟୋତି ରଞ୍ଜନ ସାହୁ,,ବୁଢୁ ପାଢୀ,ଅଜୟ କୁମାର ସାହୁ,ନୃସିଂହାନନ୍ଦ ପାଢୀ,କୃଷ୍ଣ ଚନ୍ଦ୍ର ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବରିଷ୍ଠ ବ୍ରାହ୍ମଣ ଓ ଶକ୍ତି ବାହିନୀର ବହୁ ମହିଳା ଉପସ୍ଥିତ ଥିଲେ।ବ୍ରହ୍ମପୁର ବେଦ ପାଠଶାଳାର ଛାତ୍ରମାନଙ୍କ ଦ୍ବାରା ବେଦ ପାଠ ଓ ବରେଣ୍ଯ ପଣ୍ଡିତଙ୍କ ଦ୍ବାରା ଗୃହପ୍ରବେଶ ଯଜ୍ଞ ଅନୁଷ୍ଠିତ ହୋଇ ବ୍ରାହ୍ମଣ ସମାଜ ପାଇଁ କାମ କରୁଥିବା ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ବହୁ ସଂଗଠନକୁ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ
ଉପ ସଭାପତି ଶିକ୍ଷାବିତ ଶଙ୍କର୍ଷଣ ପାତ୍ର ସଂଯୋଜନା କରିଥିଲେ। ଶେଷରେ ସାଂଗଠନିକ ସମ୍ପାଦକ ସତ୍ଯକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here