ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ଅଟୋ, ୪ ମହିଳା ଆହତ

0
310

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ମଙ୍ଗଳବାର ସକାଳ ପ୍ରାୟ ୬ଘଣ୍ଟା ସମୟରେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ମକରଝୋଳ ଛକ ନିକଟସ୍ଥ ଏସଆର ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଏକ ଯାତ୍ରୀବାହୀ ଅଟୋ (ଓଆର୦୭ ଜେଡ ୮୫୦୪) ଓଲଟି ପଡିଥିଲା । ଅଟୋରେ ଯାତ୍ରା କରୁଥିବା ହିଞ୍ଜିଳିକାଟୁ ପୈାରାଞ୍ଚଳର ୪ ଜଣ ମହିଳା ମାଛ ବ୍ୟବସାୟୀ ଆହାତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଆହତ ମାନେ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ କେଉଟ ସାହିର ରାଜେଶ୍ବରୀ ବେହେରା (୭୨), ଯମୁନା ବେହେରା (୬୦), କୁନି ବେହେରା (୨୫) ଓ ହେମ ବେହେରା (୬୦) । ଏ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି । ପ୍ରକାଶ ଯେ, ଯାତ୍ରୀବାହୀ ଅଟୋଟି ମହିଳା ମାଛ ବ୍ୟବସାୟୀଙ୍କୁ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ମକରଝୋଳ ଛକ ନିକଟରେ ବିପରୀତ ଦିଗରୁ ଏକ କାର ଆସିଯିବାରୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ।

LEAVE A REPLY

Please enter your comment!
Please enter your name here