କଣ୍ଢେଇ ଯାତ୍ରା ପ୍ରାମାଣିକ ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟ ସ୍ୱୀକୃତି।

0
240

ବ୍ରହ୍ମପୁର: ବ୍ରହ୍ମପୁର ସହରର ତିନି ଶହ ବର୍ଷ ପୁରୁଣା କଣ୍ଢେଇ ଯାତ୍ରା ଅନ୍ତର୍ଜାତୀୟ କଳା ସଂସ୍କୃତି ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ପାଇଁ ଚୟନ ହୋଇଅଛି। ପୂର୍ବରୁ କଣ୍ଢେଇ ଯାତ୍ରା ପ୍ରାମାଣିକ ଚଳଚ୍ଚିତ୍ର ଅନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ଅନେକ ଉପଲନ୍ଧି ହାସଲ କରିଥିବା ବେଳେ। ପୁନଃ ଏକ ନୁଆଁ ଇତିହାସ ସୃଷ୍ଟି ପଥରେ କଣ୍ଢେଇ ଯାତ୍ରା। ବିଶ୍ୱର 195 ଦେଶ ମଧ୍ୟରୁ ବଛା ବଛା କଳାତ୍ମକ ଏବଂ ସଂସ୍କୃତିକୁ ବହନ କରୁଥିବା ଚଳଚ୍ଚିତ୍ରକୁ ନେଇ ଏହି ମହୋତ୍ସବରେ ଓଡିଶାରୁ ଏକ ମାତ୍ର ଚଳଚିତ୍ର ଭାବରେ କଣ୍ଢେଇ ଯାତ୍ରା ନିଜକୁ ସାମିଲ କରିପାରିଛି। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ବ୍ରହ୍ମପୁର ସହରର ଜଣେ ପ୍ରକ୍ଷାତ ସଂସ୍କୃତି ଗବେଷକ ନାଟ୍ୟ ଭାରତୀ ତ୍ରିପାତି ନାୟକ ମାର୍ଗଦର୍ଶନ ଦେଇଥିବା ବେଳେ ନିର୍ଦ୍ଦେଶନା ତଥା ପ୍ରଯୋଜନା ଦାୟିତ୍ୱରେ ନିଜେ ସନ୍ୟାସୀ ମହାରଣା ଥିବାବେଳେ। ଚିତ୍ରତ୍ତୋଲନ ଦାୟିତ୍ୱରେ ଟୁଟୁ ପ୍ରଧାନ ସମ୍ପାଦନା କ୍ଷେତ୍ରରେ ରିପନ ପ୍ରଧାନ ପୋଷ୍ଟର ଡିଜାଇନ ପାଇଁ ଟିକିରି ପ୍ରଧାନ ଏବଂ ପ୍ରଚ୍ଛଦ ଶବ୍ଦରେ ଜ୍ୟୋତିର୍ମୟୀ ପାତ୍ର ସହଯୋଗ କରିଥିଲେ। ଏଭଳି ଏକ ବଡ ଉପଲବ୍ଧି ପାଇଁ ଚଳଚିତ୍ର ନିର୍ମାତାଙ୍କୁ ବ୍ରହ୍ମପୁର ସହର ତଥା ଓଡିଶା ସମେତ ଦେଶ ବାହାରୁ ମଧ୍ୟ ଅନେକ ଚଳଚିତ୍ର ନିର୍ମାତା ତଥା ଚଳଚିତ୍ର ଜଗତ ସହ ଜଡିତ ବ୍ୟକ୍ତିତ୍ୱ ପ୍ରଶଂସା କରିବା ସହ ଏଭଳି ଏକ ଲୁକାଇତ ସଂସ୍କୃତି ପରମ୍ପରାର ରକ୍ଷା ପାଇଁ ଏହି ଉଦ୍ୟମକୁ ସ୍ୱାଗତ କରିଛନ୍ତି। ଏହି ଚଳଚିତ୍ର ମହୋତ୍ସବରେ କଣ୍ଢେଇ ଯାତ୍ରା ଚଳିତ ମଇ ମାସର 20 ତାରିଖ ଦିନ 195 ଦେଶରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଅଛି।

LEAVE A REPLY

Please enter your comment!
Please enter your name here