କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିର ପରିବେଶ ଖାଁ ଖାଁ,ଅସନ୍ତୋଷ ବ୍ୟକ୍ତ କଲେ ସେବାୟତ

0
286

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାର ବହୁ ଦେବାଳୟରେ କଟକଣା ଜାରି କରାଯାଇଛି।ସେହିପରି କୋଦଳା ତହସିଲଦାର ଅବନୀ କୁମାର ସାହୁ ଙ୍କ ଇସ୍ତାହାର ଜାରୀ ପରେ କାର୍ତ୍ତିକ ପୂର୍ଣ୍ଣିମା ରେ ବେଗୁନିଆପଡା ବ୍ଲକ ର ପ୍ରମୁଖ ଶୈବପୀଠ ସିଦ୍ଧେଶ୍ଵର, କୋଦଳା ଦଣ୍ଡିଶ୍ୱର ମହାଦେବ ଓ ସାଙ୍କୁଡା ଧବଳେଶ୍ୱର ଙ୍କ ପୀଠରେ ଜାରି ହୋଇଛି କଟକଣା। ନିତିକାନ୍ତି ଅନୁସାରେ ଖାଲି ପୂଜାବିଧି କରାଯାଉଥିବା ବେଳେ ଭକ୍ତଙ୍କୁ ଆସିବାକୁ ବାରଣ କରିଛି ପ୍ରଶାସନ। ଫଳରେ ଏହି ଶୈବପୀଠ ମାନଙ୍କ ରେ ଭକ୍ତ ବିନା ଖାଁ ଖାଁ ଦେଖିବାକୁ ମିଳିଥିଲା। ସେପଟେ ପ୍ରଶାସନର ଏହି କଟକଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମନ୍ଦିର ସେବାୟତ। ଦୀର୍ଘ ମାସ ଧରି ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରହିଥିବାରୁ ଜୀବିକା ହରାଇଥିବା କହିଛନ୍ତି ମନ୍ଦିର ସେବାୟତ। ପୂଜାରୀ ତଥା ସେବାୟତ ମାନଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ମିଳୁ ନଥିବାରୁ ସେମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି । ତେଣୁ ତୁରନ୍ତ ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବାକୁ ଦାବି କରିଛନ୍ତି ସେବାୟତ । ଅନ୍ୟପଟେ କାର୍ତ୍ତିକ ପୁର୍ଣିମା ପାଇଁ ମନ୍ଦିର ମାନଙ୍କ ରେ ଗହଳି କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା |

LEAVE A REPLY

Please enter your comment!
Please enter your name here