ପୃଥକ ସ୍ଥାନରେ ଚଢାଉ କରି ୩୦୧ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

0
232

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ପକ୍ଷରୁ ସାନଖେମୁଣ୍ଡି ବ୍ଳକ ଟି . ଗୋବିନ୍ଦପୁର ପଞ୍ଚାୟତର ପୃଥକ ସ୍ଥାନରେ ଅତର୍କିତ ଚଢ଼ାଉ କରି ୩୦୧ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ପୋଲିସ ସଂକ୍ରାନ୍ତରେ କାହାରିକୁ ଗିରଫ କରିପାରିନଥିବା ବେଳେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଖବରନୁଯାୟୀ , ପାଟପୁର ପୋଲିସ ଗତକାଲି ପେଟ୍ରୋଲି କରୁଥିବା ସମୟରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବରପାଇ ଥାନା ଅଧିନସ୍ଥ କୃଷ୍ଣପୁର ଓ ବୁରେଇପାହାଡ ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ଉଭୟ ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ବସ୍ତା ଜବତ କରିପାରିଥିଲା । ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ମାନେ ସେଠାରୁ ଲୁଚି ପଳାଇବାରେ ସକ୍ଷମ ହୋଇପାରିଥିଲେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିବା ଜଣାପଡିଛି । ଘଟଣାପରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ମାପଚୁପ ପରେ ୩୦୧ କେଜି ୫୦୦ ଗ୍ରାମ ମହଜୁଦ ରହିଥିବା ବେଳେ ଯାହାର ଆନୁମାନିକ ବଜାର ମୂଲ୍ୟ ୩୪ – ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଥିଲା । ଏନେଇ ପାଟପୁର ଥାନା ପୃଥକ ମାମଲା ନଂ ୧୨୧/୨୩ ଓ ୧୨୨/୨୩ ଦଫା ୨୦(ବି) ଆଇଆଇ(ସି)/ ଏନ୍ ଡିପିଏସ୍ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here