ସାମାନ୍ୟ ଗଣ୍ଡଗୋଳରୁ ଯୁବକ ମୃତ

0
460

ଆସ୍କା(ଜଗନ ପଣ୍ଡା)ଗତ ୨୬ ତାରିଖରେ ଅଜିତ୍ ଖଟେଇ ଏବଂ ତାଙ୍କ ସାଙ୍ଗ ବାଦଲ ପାତ୍ର ଏକ କାର ଯୋଗେ ପାଇଲିପଡା ଠାରୁ ପୋଲସରା ଅଭିମୁଖେ ଯାତ୍ରା କରୁଥିଲେ। ଯିବା ରାସ୍ତାରେ ଆସିକା ନୁଅପଲ୍ଲି ଛକ ଠାରେ ପାକେଲାପଲ୍ଲି ଗ୍ରାମର ମଦନ ପୋଲେଇ ଏକ ମୋଟର ବାଇକ୍ ଯୋଗେ ରାସ୍ତାର ବାମ ପାଶ୍ଵରୁ ଡାହାଣ ପାଶ୍ଵକୁ କୌଣସି ସଙ୍କେତକ ନ ଦେଇ ପାର ହେଉଥିଲେ।ଏଣୁ କାରରେ ଯାଉଥିବା ଅଜିତ୍ ଖଟେଇ ବ୍ରେକ୍ ମାରି ବ୍ରେକ ମାରିଥିଲେ ଓ ବାଇକ୍ ଚାଳକକୁ ଏହିପରି ବେଖାତିର୍ ଭାବେ ଗାଡ଼ି କାହିଁକି ଚଲଉଛ ବୋଲି ପଚାରିଥିଲେ।କିନ୍ତୁ ବାଇକ୍ ଚାଳକ ଜଣକ ଅଜିତ୍ ଙ୍କୁ ଗାଳି ଗୁଲଜ କରିଥିଲେ। ଏହି ବିଷୟରେ ପାକେଲାପୋଲି ଗ୍ରାମବାସୀ ଜାଣିବା ପରେ ସେମାନେ ଘଟଣା ସ୍ଥଳରେ ଆସି ପହଂଚି ଅଜିତ୍ ଓ ମଦନଙ୍କ ମଧ୍ୟରେ ହୋଇଥିବା ଗଣ୍ଡୋଗୋଳର କାରଣ ପଚାରି ବୁଝିଥିଲେ।ପରେ ହଠାତ୍ ମଦନଙ୍କ ପୁଅ ଓ ପାକେଲାପଲ୍ଲୀ ଗ୍ରାମର କିଛି ଯୁବକ ମିଶି ଉଭୟ ଅଜିତ୍ ଏବଂ ତାଙ୍କ ବନ୍ଧୁ ବାଦଲଙ୍କୁ କାଠ ଦଣ୍ଡ ରେ ବାଡେଇବା ସହ ଲାତ ଗୋଇଠା ମାରିଥିଲେ।ଏଥିସହ ତାଙ୍କ କାରକୁ ମଧ୍ୟ କ୍ଷତି ଘଟାଇ ଥିଲେ।ପରେ ଘଟଣା ସ୍ଥଳରୁ ସେ ଦୁଇ ଯୁବକଙ୍କୁ ପ୍ରଥମେ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନୀୟ କିଛି ଲୋକ ନେଇଥିଲେ।କିନ୍ତୁ ସେମାନଙ୍କ ଗୁରୁତର ଅବସ୍ଥା ହେତୁ ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ବଡ ମେଡିକାଲକୁ ନିଆଯାଇଥିଲା।ପରେ ଅଜିତ୍ ଖଟେଇଙ୍କୁ ଭୁବନେଶ୍ୱର ସ୍ଥିତ ସ୍ପାର୍ଷ୍ ମେଡିକାଲ୍ କୁ ନିଆଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ 5 ତରେ ତାଙ୍କର ମୃତ୍ୟୁ ଘଟିଛି।ଏହି ଘଟଣାରେ ଆସିକା ପୋଲିସ ଏକ ମାମଲା ରୁଜୁ କରି 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଫେରାର ରହିଛି ବୋଲି ଆଇପିଏସ ଜି.ରାଘେବେନ୍ଦ୍ର ଗୁଣ୍ଡାଲା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here