ବନ୍ଦ ହୋଇପାରେ ଡିପି ମିଶ୍ର ବିଏଡ୍ କଲେଜ!

0
334

କୋଦଳା(ଭଞ୍ଜ କିଶୋର ମହାରଣା)ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଯେ କୌଣସି ସ୍କୁଲ, କଲେଜ ଗୁଡିକ ସରକାରୀ ସ୍ୱୀକୃତି ପ୍ରାପ୍ତ ଭାବେ ବିବେଚିତ ନେଇ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାର ଉଚ୍ଚ ପଦସ୍ଥଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି l ଏଭଳି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କୋଦଳାସ୍ଥିତ ଡିପି ମିଶ୍ର ଇନଷ୍ଟିଚ୍ୟୁସନ ଅଫ୍ ଆଡଭାନ୍ସଷ୍ଟଡ଼ିଜ ଇନ୍ ସ୍ପେସିଆଲ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜି କଲେଜଟି ଜାଲି ବୋଲି ସୂଚନା ମିଳିଛି l କାରଣ ଉକ୍ତ ଶିକ୍ଷାନୁଷ୍ଠାନଟି ଆଇନଗତ ଭାବେ ଠିକ ନଥିବା ବିଭାଗ ପକ୍ଷରୁ ଦର୍ଶାଇଥିବା ଜଣାପଡିଛି l ଏଠାରୁ ଛାତ୍ରଛାତ୍ରୀମାନେ ବିଏଡ୍ ପ୍ରମାଣପତ୍ର ଆଣି ବିଭିନ୍ନ ସ୍କୁଲରେ ଶିକ୍ଷକତା କରିଥିବା ଜଣାଯାଇଛି l ଏବଂ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ l ଏଭଳି ସଂକେତ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜିକା ବିନୀତା ସେନାପତି l ଏ ନେଇ ବିଭାଗୀୟ ନିର୍ଦ୍ଧେଶକଙ୍କ ନିର୍ଦ୍ଧେଶ ଆସିଥିବା କହିଛନ୍ତି ସେ l ଉକ୍ତ ନିର୍ଦ୍ଧେଶରେ ଛତ୍ରପୁର ବିଇଓ ଯେପରି ଶିକ୍ଷୟିତ୍ରୀଙ୍କ ନାମରେ ଛତ୍ରପୁର ଥାନାରେ ଏତଲା ଦେଲେ ସେହିପରି ଅନ୍ୟ ବ୍ଲକରେ କାମ କରୁଥିବା ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ନାମରେ ବିଇଓ ମାନେ ଏତଲା ଦେଇପାରନ୍ତି l ଏବଂ ଏହି କଲେଜ ଉପରେ କଣ ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ଚାଲିଥିବା କହିଛନ୍ତି ଡିପିସି l ପୂର୍ବରୁ ମଧ୍ୟ ଏହି ବିଏଡ୍ କଲେଜ ନାମରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି l ଏଣୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାର ହେବା ପୂର୍ବରୁ ଏହି ଡିପି ମିଶ୍ର ବିଏଡ୍ କଲେଜ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କଲେଜଟି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here