ଶୀତ ଦିନିଆ ରବି ଫସଲ ସକାଶେ ଶାଳିଆଡ୍ୟାମ ଠାରେ ପାଣିପଞ୍ଚାୟତ ର ବୈଠକ

0
270

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ଏହି ବ୍ଲକ ଅନ୍ତର୍ଗତ ଶାଳିଆଡ୍ୟାମ ଠାରେ ବେଗୁନିଆପଡା ଓ ଖୋର୍ଦ୍ଧା ର କୃଷି ସମ୍ବଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ବେହେରା ଙ୍କ ସମେତ ଡେପୁଟି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପବନା କୁମାର ରାମ ଉପସ୍ଥିତ ରହି ରବି ଫସଲ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ବେଗୁନିଆପଡା ବ୍ଲକ ର ପାଣିପଞ୍ଚାୟତର ସଭାପତି, ସମ୍ପାଦକ ଓ କୋଷାଧକ୍ଷ ମାନଙ୍କ ସହ ଆଲୋଚନା କରିଥିଲେ |ଏହି ବୈଠକରେ ବ୍ଲକର 22ଟି ପାଣି ପଞ୍ଚାୟତ ର ସମସ୍ତ ସଭାପତି, ସମ୍ପାଦକ ଓ କୋଷାଧକ୍ଷ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here