ତହସିଲ ଓ ଏନଏସି ରେ ଉପଜିଲ୍ଲାପାଳ

0
293

ବୁଗୁଡା(ଅନିଲ କୁମାର ମହାରଣା) ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଆଜି ଅର୍ଥାତ ନଭେମ୍ବର ୨୫ ତାରିଖ ଦିନ ବୁଗୁଡା ଗସ୍ତରେ ଆସିଥିବା ଜଣାପଡିଛି। ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ବୁଗୁଡା ତହସିଲ ଅଫିସର ଆର୍ଥିକ ହିସାବ ବିଷୟରେ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବରିଷ୍ଠ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ନଥିପତ୍ର ଅନୁଧ୍ୟାନ କରିଥିଲେ। ସେହିପରି ବୁଗୁଡା ଏନଏସିର ସଭାଗୃହରେ ଏକ ନମ୍ବର ୱାର୍ଡ ଉନ୍ନୟନ କମିଟି ବୈଠକରେ ଓ କଲ୍ୟାଣୀ ମଣ୍ଡପରେ ଦୁଇ ନମ୍ବର ୱାର୍ଡ ଉନ୍ନୟନ କମିଟି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଯୋଗଦେଇ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଏହି ଦୁଇ ବୈଠକରେ ବୁଗୁଡା ତହସିଲଦାର ଶ୍ରୀ ଜେନା ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ସମେତ ଏନଏସି କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ମଧ୍ୟ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜଙ୍କ ସହ ସାକ୍ଷାତ କରିଥିଲେ।

LEAVE A REPLY

Please enter your comment!
Please enter your name here